ଓଡିଶା

odisha

ETV Bharat / state

+2 ପରୀକ୍ଷା: ଚଳିତ ବର୍ଷ ରାୟଗଡାରେ 5 ହଜାର 907 ପରୀକ୍ଷାର୍ଥୀ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଚଳିତ ବର୍ଷର ଯୁକ୍ତ 2 ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ଜିଲ୍ଲାରେ ଗୁରୁବାର ଦିନ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ 5 ହଜାର 907 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

By

Published : Mar 8, 2019, 3:47 AM IST

ରାୟଗଡା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଚଳିତ ବର୍ଷର ଯୁକ୍ତ 2 ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ଜିଲ୍ଲାରେ ଗୁରୁବାର ଦିନ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ 5 ହଜାର 907 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ରାୟଗଡା

କଳାରେ 3 ହଜାର 558 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ବିଜ୍ଞାନ ବିଭାଗରେ 1 ହଜାର 699 ଏବଂ ବାଣିଜ୍ୟ ବିଭାଗରେ 650 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥିପାଇଁ ଜିଲ୍ଲାରେ 5ଟି ପରୀକ୍ଷା ହବ କରାଯାଇଥିବା ବେଳେ ପ୍ରାୟ 21ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

ପରୀକ୍ଷାକୁ ନିରପେକ୍ଷ ଓ କପିମୁକ୍ତ କରିବା ପାଇଁ ପରୀକ୍ଷା ହଲମାନଙ୍କରେ ସିସିଟିଭି ଲଗାଯାଇ ନିୟନ୍ତ୍ରଣ କରାଯାଉଛି। ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମେତ ଗୁଣପୁର, ପଦ୍ମପୁର, ବିଷମକଟକ ଓ କାଶୀପୁର ମହାବିଦ୍ୟାଳୟକୁ ପରୀକ୍ଷାକେନ୍ଦ୍ର କରାଯାଇଛି ।

ରାୟଗଡାରୁ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details