ରାୟଗଡ଼ା: ଜିଲ୍ଲା ଲୋକ ମହୋତ୍ସବ ଚଇତିର ତୃତୀୟ ସନ୍ଧ୍ୟା ଥିଲା ଅତ୍ୟନ୍ତ ମନୋରମ । ତୃତୀୟ ସନ୍ଧ୍ୟା ଆରମ୍ଭ ହୋଇଥିଲା ଓଡିଶୀ ନୃତ୍ୟର ତାଳରେ । କୁନି କୁନି କଳାକାର ଅତି ସୁନ୍ଦର ଭାବରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନୃତ୍ୟ ଓ ସଙ୍ଗୀତ ତାଳରେ ମଞ୍ଚ ଦୁଲୁକାଇଥିଲେ ବିଭିନ୍ନ ଜିଲ୍ଲା ତଥା ରାଜ୍ୟର କଳାକାର ।
ଚଇତି ମଣ୍ଡପରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂସ୍କୃତିର ମହାମିଳନ କାର୍ଯ୍ୟ ଚାଲିଥିଲା । ଶୁକ୍ରବାର ରାୟଗଡ଼ା ବଜାର ଛୁଟିଦିନ ହୋଇଥିବା ବେଳେ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା । ଏହାରି ଭିତରେ ଜମିଥିଲା ଗୀତ ଓ ନୃତ୍ୟର ଆସର । ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ମାଝୀ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:Dakota set for display: ନୂଆ ରୂପରେ ଝଲସିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା
ସେହପରି ସମ୍ମାନୀତ ଅତିଥି ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅତିଥିମାନେ ଅବିଭକ୍ତ କୋରାପୁଟ ଜିଲ୍ଲାର କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ବିକାଶ ପାଇଁ ସରକାର ଆରମ୍ଭ କରିଥିବା ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ । ସେଥିପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ ! ଫାଣ୍ଡି ଅଧିକାରୀଙ୍କ ସମେତ 2 କନଷ୍ଟେବଳ ନିଲମ୍ବିତ
ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଲକାତା ନୂପୁର କଳାକାର ଦ୍ବାରା ବଙ୍ଗଳା ଲୋକନୃତ୍ୟ, ଜଗତସିଂହପୁର ଜିଲ୍ଲାର ଘୋଡା ନୃତ୍ୟ, ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ପାରମ୍ପରିକ ନୃତ୍ୟ, ରାମନାଗୁଡା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଥକ ନୃତ୍ୟ ପ୍ରଦର୍ଶନ ହୋଇଥିଲା । ତେବେ ତୃତୀୟ ସନ୍ଧ୍ୟାର ସ୍ଵତନ୍ତ୍ର ଆକର୍ଷଣ ଥିଲେ ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଅସୀମା ଓ ସାଥିମାନଙ୍କ ଦ୍ବାରା ଗୀତ ଓ ନୃତ୍ୟ ଚିତ୍ତାକର୍ଷକ ରହିଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ପରିଚାଳନା କରିଥିଲେ ।
ଇଟିଭି ଭାରତ, ରାୟଗଡ଼ା