ଓଡିଶା

odisha

ETV Bharat / state

ନିମ୍ନମାନର ଖାଦ୍ୟ ଦେବା ପ୍ରତିବାଦରେ ହଷ୍ଟେଲ ଛାଡିଲେ 39 ଅନ୍ତେବାସୀ

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସର ନିମ୍ନ ମାନର ଖାଦ୍ୟ ଦିଆଯିବା ପ୍ରତିବାଦରେ ରବିବାର ହଷ୍ଟେଲ ଛାଡିଥିଲେ 39 ଅନ୍ତେବାସୀ ।

By

Published : Aug 5, 2019, 1:50 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା: ପୁଣି ଆସିଲା ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦେବା ଅଭିଯୋଗ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନାଇରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ନିବାସର ନିମ୍ନ ମାନର ଖାଦ୍ୟ ଦିଆଯିବା ପ୍ରତିବାଦରେ ରବିବାର ହଷ୍ଟେଲ ଛାଡିଥିଲେ 39 ଅନ୍ତେବାସୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ଏହି ସ୍କୁଲର ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ଓ ମେଟ୍ରନ ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ନେଇ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଗତ ସପ୍ତାହରେ 3 ଦିନ ଧରି ଆନ୍ଦୋଳନ କରିବା ପରେ ଶୁକ୍ରବାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ ।

କିନ୍ତୁ ରବିବାର ପୁଣି ପ୍ରତିଶୃତି କାର୍ଯ୍ୟକାରୀ କରା ନଯିବା ପ୍ରତିବାଦରେ 39 ଛାତ୍ରୀ ହଷ୍ଟେଲ ଛାଡି 4 କିମି ଯିବା ପରେ ସ୍ଥାନୀୟ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କୁ ଆଶ୍ରୟ ଦେଇଥିଲେ । ପରେ ପିଏଆଇଟିଡିଏ ଗୁଣପୁର ଗୋରାଚାନ୍ଦ ଗମାଙ୍ଗ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ପରେ ସେମାନେ ହଷ୍ଟେଲକୁ ଫେରିଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details