ଓଡିଶା

odisha

ETV Bharat / state

ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କୁ ଲୁଟିଲେ ଦୁର୍ବୃତ୍ତ - 3 lakh loot

ରାୟଗଡ଼ା ଜିଲ୍ଲାରେ ଲୁଟେରାଙ୍କ ରାଜ । ଦିନଦ୍ବିପ୍ରହରରେ ରାଜରାସ୍ତାରୁ ସାଧାରଣ ଲୋକଙ୍କଠାରୁ ଲୁଟିନେଉଛନ୍ତି ନଗଦ ଟଙ୍କା । ଜଣେ ସ୍ଥାନୀୟ ବ୍ୟବସାୟୀ ତାଙ୍କ ବାଇକ ଡିକିରେ 3 ଲକ୍ଷ ଟଙ୍କା ରଖି ଏଚଡିଏଫସି ବ୍ୟାଙ୍କ ଯାଇଥିଲେ । ଏହି ସମୟ ମଧ୍ୟରେ 4 ଦୁର୍ବୃତ୍ତ ତାଙ୍କ ଡିକି ଭାଙ୍ଗି ଲୁଟିନେଲେ ସବୁତକ ଟଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

By

Published : May 22, 2019, 8:26 PM IST

ରାୟଗଡ଼ା: କିଛି ଦିନର ନିରବତା ପରେ ସହରରେ ପୁଣି ଥରେ ଲୁଟେରାଙ୍କ ରାଜୁତି ଦେଖିବାକୁ ମିଳିଛି । ଉଦୁଉଦିଆ ଖରାବେଳେ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ ହୋଇଥିବା ଲୁଟ ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ରାୟଗଡ଼ାସ୍ଥିତ ଏଚଡ଼ିଏଫସି ବ୍ୟାଙ୍କ ସାମ୍ନାରେ ଘଟିଛି ଏହି ଘଟଣା । ଜଣେ ବ୍ୟବସାୟୀ ଏଚଡ଼ିଏଫସି ବ୍ୟାଙ୍କ ଏଟିଏମକୁ ଯାଇଥିବା ବେଳେ ଗାଡ଼ିରେ ଥିବା 3 ଲକ୍ଷ ଟଙ୍କାକୁ ଲୁଟି ନେଇଛନ୍ତି ଲୁଟେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ସୂଚନା ଅନୁସାରେ, ସିକରପାଇର ବ୍ୟବସାୟୀ ଟି.ମହେଶ୍ୱର କୁମାର ଆଜି ପୂର୍ବାହ୍ଣ ପ୍ରାୟ ୧୧.୪୫ ମିନିଟ ସମୟରେ ଆନ୍ଧ୍ର ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଇ ପରେ ରାଣୀଗୁଡ଼ାସ୍ଥିତ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ । ପରେ ସେ ସ୍ଥାନୀୟ ଏଚଡ଼ିଏଫସି ବ୍ୟାଙ୍କ ଏଟିଏମ୍ ଭିତରକୁ ବକେୟା ଟଙ୍କା ଉଠାଇବା ନିମନ୍ତେ ଯାଇଥିଲେ ।

ଠିକ ଏହି ସମୟରେ ୪ଜଣ ଦୁର୍ବୃତ୍ତ ଆସି ତାଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି । ରାୟଗଡ଼ା ଥାନାରେ ଏନେଇ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଏକ ଘରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details