ଓଡିଶା

odisha

ETV Bharat / state

ରାୟଗଡାରେ କାଳ ସାଜିଲା କାଳବୈଶାଖୀ

ଓଡିଶାର ପିଛା ଛାଡୁନି ଦୈବି ବୁର୍ବିପାକ । କେତବେଳେ ବାତ୍ୟା ତ ଆଉ କେତବେଳେ କାଳବୈଶାଖୀ ଆସି ମେରୁଦଣ୍ଡ ଭାଙ୍ଗୁଛି ଓଡିଶାବାସୀଙ୍କ । ତେବେ ରାୟଗଡାରେ ତାଣ୍ଡବ ରଚିଛି କାଳବୈଶାଖୀ ଆଉ କ୍ଷତି କରିଛି ବହୁ ଘର ଓ ଗଛ ।

By

Published : May 6, 2019, 10:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ବାତ୍ୟା 'ଫନି' ପରେ ଦାଉସାଜୁଛି କାଳବୈଶାଖୀ । ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ହରିଜନ ସାହିରେ ତାଣ୍ଡବ ରଚିଛି କାଳବୈଶାଖୀ । ଏହାର ପ୍ରଭାବରେ 20ରୁ ଉର୍ଦ୍ଧ୍ବ ଘର ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେବାରୁ ଅମ୍ବାଦଳା ହରିଜନ ସାହିରେ 20ରୁ ଉର୍ଦ୍ଧ୍ବ ଘର ସମ୍ପୂର୍ଣ୍ଣ ଓ ଆଂଶିକ ଭାବେ ଛପର ଉଡେଇ ଦେଇଛି । ଖାଲି ସେତିକି ନୁହଁ ବହୁ ଗଛ ମଧ୍ୟ ଉପୁଡିବା ସହ କିଛି ଗଛର ଡାଳ ଭାଙ୍ଗି ଦେଇଛି । ତେବେ ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ୱ ଅଧିକାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details