ଓଡିଶା

odisha

ETV Bharat / state

ବିଦେଶୀ ମଦ ଦୋକାନକୁ ରଦ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ଗ୍ରାମବାସୀ

ନିୟମ ଉଲଙ୍ଘନ କରି ବିଦେଶୀ ମଦ ଦୋକାନ ଖୋଲିଥିବା ଅଭିଯୋଗରେ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କ ଫେରାଦ ହେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ବିଦେଶୀ ମଦ ଦୋକାନକୁ ରଦ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ଗ୍ରାମବାସୀ
ବିଦେଶୀ ମଦ ଦୋକାନକୁ ରଦ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ଗ୍ରାମବାସୀ

By

Published : Jun 2, 2021, 10:52 AM IST

ରାୟଗଡା: ନିୟମ ଉଲଙ୍ଘନ କରି ବିଦେଶୀ ମଦ ଦୋକାନ ଖୋଲିଥିବା ଅଭିଯୋଗରେ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କ ଫେରାଦ ହେଲେ ଗ୍ରାମବାସୀ । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଚାନ୍ଦିଲି ସ୍ଥିତ JK ମେନ ରୋଡ଼ ଏବଂ ପେଣ୍ଟା ସ୍ଥିତ ସରମାପଡାରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ସମ୍ପୂର୍ଣ୍ଣ ନିୟମ ଉଲଙ୍ଘନରେ ଚାଲିଥିବା ଅଭିଯୋଗ ହୋଇଛି ।

ବିଦେଶୀ ମଦ ଦୋକାନକୁ ରଦ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ଗ୍ରାମବାସୀ

ଆଜି(ବୁଧବାର) 2 ଟି ପଞ୍ଚାୟତ ବାସିନ୍ଦା ଏନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜନ ଗହଳି ଏବଂ ସ୍କୁଲ, ମନ୍ଦିର ଭଳି ସ୍ଥାନରେ ଖୋଲାଯାଇଥିବା ମଦ ଦୋକାନ ସମ୍ପୂର୍ଣ୍ଣ ଭାବରେ ନିୟମ ଉଲଙ୍ଘନ କରି ଜୋର ଜବରଦସ୍ତ ରାତାରାତି ଖୋଲା ଯାଇଛି । ଏନେଇ ସରପଞ୍ଚ କିମ୍ବା ସ୍ଥାନୀୟ ଲୋକଙ୍କୁ ଜଣା ଯାଇନାହିଁ । ଯାହା ଫଳରେ କୋରୋନା କଟକଣା ସ୍ଥିତିରେ ରୋଜଗାର ପନ୍ଥା ହରାଇ ମାନସିକ ଚାପରେ ଭାରାକ୍ରାନ୍ତ ହୋଇ ମଦ ପିଇ ପରିବାରରେ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ।

ଅପର ପକ୍ଷେ ସେହି ସ୍ଥାନ ମୁଖ୍ୟ ରାସ୍ତା ହୋଇଥିବାରୁ ସବୁବେଳେ ଜନ ଗହଳି ରହୁଛି । ମଦ ଦୋକାନ ସେଠାରେ ଖୋଲିବା ଦ୍ୱାରା ହିଂସାତ୍ମକ କାର୍ଯ୍ୟକଳାପ ବୁଦ୍ଧି ପାଉଛି । ଏଣୁ ସେହିସ୍ଥାନରେ ରାତାରାତି ଖୋଲା ଯାଇଥିବା 2 ଟି ମଦ ଦୋକାନର ତୁରନ୍ତ ଲାଇସେନ୍ସ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ । ଯଦି ତୁରନ୍ତ ଲାଇସେନ୍ସ ରଦ୍ଦ କରାନଯାଏ ତେବେ ରାଜାରାସ୍ତାକୁ ଲୋକେ ଓହ୍ଲାଇବେ ବୋଲି ଦଳିତ ସୁରକ୍ଷା ମଞ୍ଚର ଆଡ଼ଭାଇଜର ଅଭୟ ପଲକା ଏବଂ ହ୍ୟୁମାନ ରାଇଟ୍ସ ଡିଭିଜନାଲ ପ୍ରେସିଡେଣ୍ଟ ସନ୍ତୋଷୀ ସେନାପତି ଚେତାବନୀ ଦେଇଛନ୍ତି । ଅଭିଯୋଗକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଗ୍ରହଣ କରି ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟଙ୍କୁ ତଦନ୍ତ କରି ନିୟମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details