ରାୟଗଡା: ଜାତୀୟ କୃମି ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୃମି ଔଷଧ । ଅପପୃଷ୍ଟି କ୍ଷେତ୍ରରେ କୃମି ଏକ ବିରାଟ ସମସ୍ୟା। ପିଲାଙ୍କ ଦେହରୁ କୃମି ସମସ୍ୟା ଦୂର କରିବା ସହ ସୁସ୍ଥ ସବଳ ରଖିବାକୁ ସାରା ଦେଶରେ ସୋମବାର ପାଳିତ ହେଉଛି ଜାତୀୟ କୃମିନାଶକ ଦିବସ।
ଏହି ଅବସରରେ 1 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କଠାରୁ ଆରମ୍ଭ କରି 19 ବର୍ଷର ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବାକୁ କୃମି ନାଶକ ବଟିକା ଖୁଆଯାଇଛି। ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଏହି ଔଷଧ ଖାଇବାକୁ ଦିଆଯାଇଛି। ଏହାସହ ସୋମବାର ଖାଇନଥିବା ପିଲାଙ୍କୁ ଆସନ୍ତା 17 ତାରିଖରେ ପୁଣି ଏହି ଔଷଧ ଖୁଆଯିବାର ଯୋଜନା ରଖିଛି ସ୍ବାସ୍ଥ୍ୟ ବିଭାଗ ।