ଓଡିଶା

odisha

By

Published : Feb 27, 2021, 4:01 PM IST

ETV Bharat / state

ରାୟଗଡାରେ ଗୁଣିଗାରେଡି ସନ୍ଦେହରେ ହତ୍ୟା ମାମଲା: 15 ଗ୍ରାମବାସୀ ସାମିଲ

ରାୟଗଡାରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ 15 ଜଣ ସାମିଲ ଥିବା ପୋଲିସର ସୂଚନା । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚାଲିଛି ଅପରେସନ । ଅଧିକ ପଢନ୍ତୁ...

ରାୟଗଡାରେ ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା ମାମଲା: 15 ଗ୍ରାମବାସୀ ସାମିଲ
ରାୟଗଡାରେ ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା ମାମଲା: 15 ଗ୍ରାମବାସୀ ସାମିଲ

ରାୟଗଡା: ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତ ପାଜିଲିବନ୍ଧ ଗ୍ରାମ ନୂଆସାହିରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପୋଲିସ ଭୟରେ ଗାଁରୁ ସମସ୍ତ ପୁରୁଷ କେଉଁଆଡେ ଫେରାର୍ ହୋଇଯାଇଛନ୍ତି । ତଦନ୍ତ କରି ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି । ତେବେ ଗୁଣିଗାରେଡି ସନ୍ଦେହରେ ଗ୍ରାମରେ ଘଟିଥିଲା ଏକ ନିର୍ମମ ହତ୍ୟାକାଣ୍ଡ ।

ରାୟଗଡାରେ ଗୁଣିଗାରେଡି ସନ୍ଦେହରେ ନିର୍ମମ ହତ୍ୟା ମାମଲା: 15 ଗ୍ରାମବାସୀ ସାମିଲ

ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ନୂଆଗଡ ପଞ୍ଚାୟତ ପାଜିଲିବନ୍ଧ ଗ୍ରାମ ନୂଆସାହିର ୫୮ ବର୍ଷୀୟ ରାମ ମୂଲି ଘର ଶୋଇ ଥିବାବେଳେ ଗାଁର କିଛି ଲୋକ ସଂଘବଦ୍ଧ ହୋଇ ତାଙ୍କୁ ଡାକିଥିଲେ । ଘରୁ ରାମ ମୂଲିଙ୍କୁ ଡାକିନେଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏନେଇ ଆଜି(ଶନିବାର) ଗୁଣୁପୁର ଏସଡିପିଓ ରାଜକିଶୋର ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଣିଗାରେଡି ସନ୍ଦେହରେ ରାମଙ୍କୁ ହତ୍ୟା କରାଯାଇଛି । ଗାଁ ଦାଣ୍ଡରେ ଠେଙ୍ଗାରେ ପ୍ରଥମେ ନିସ୍ତୁକ ମାଡମାରିବା ପରେ ଗାଁ ନିକଟସ୍ଥ ତୋଟାକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରି ମୃତଦେହରେ ନିଆଁଲଗାଇ ଦେଇଥିଲେ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ହାଡ ଓ ପାଉଁଶକୁ ନିକଟସ୍ଥ ନଦୀରେ ଭସାଇ ଦେଇଛନ୍ତି ।

ଏହି ଘଟଣାରେ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫେରିଛନ୍ତି । ଏଥିରେ 15ରୁ ଊର୍ଦ୍ଧ୍ବ ଲୋକେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଗୁଣୁପୁର ଏସଡିପିଓ ରାଜକିଶୋର ଦାସ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details