ଓଡିଶା

odisha

ETV Bharat / state

ଗଛ ତଳେ ଆଶ୍ରୟ ନେଇ ବଜ୍ରାଘାତରେ 14 ଗୋରୁ ମୃତ

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଛାଞ୍ଚଡାଗୁଡା ଗ୍ରାମରେ ଅଭାବନୀୟ ଘଟଣା। ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ପବନ ହେବାରୁ ଅକାରଣେ 14 ଗୋରୁଙ୍କ ମୃତ୍ୟୁ ହୋଇଛି ।

By

Published : May 20, 2019, 5:14 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲା ବିଷମକଟକ ବ୍ଲକ ଛାଞ୍ଚଡାଗୁଡା ଗ୍ରାମରେ ଅଭାବନୀୟ ଘଟଣା। ହଠାତ ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ପବନ ହେବାରୁ ଅକାରଣେ 14 ଗୋରୁଙ୍କ ମୃତ୍ୟୁ ହୋଇଛି । ବର୍ଷାରୁ ରକ୍ଷା ପାଇବା ପାଇଁ କିଛି ଗୋରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ହଠାତ ବଜ୍ରପାତ ହେବା ଫଳରେ ଘଟଣା ସ୍ଥଳରେ 14 ଟି ଗୋରୁଙ୍କ ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଅନ୍ୟପଟେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳକୁ ପଶୁ ଚିକିତ୍ସକ ଦଳ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଗୋରୁଙ୍କ ମାଲିକ ମାନେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details