ଓଡିଶା

odisha

ETV Bharat / state

କଲଭର୍ଟରୁ ଖସିପଡିଲେ ଯୁବକ, ଛାତିରେ ପଶିଗଲା ବାଉଁଶ

କଲଭର୍ଟରୁ ଖସି ପଡ଼ିବାରୁ ଯୁବକଙ୍କ ଛାତିରେ ପଶିଗଲା ବାଉଁଶ । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ଯୁବକ । ଅଧିକ ପଢନ୍ତୁ

By

Published : Oct 29, 2022, 9:13 AM IST

କଲଭର୍ଟରୁ ଖସିପଡିଲେ ଯୁବକ, ଛାତିରେ ପଶିଲା ବାଉଁଶ କିଳା
କଲଭର୍ଟରୁ ଖସିପଡିଲେ ଯୁବକ, ଛାତିରେ ପଶିଲା ବାଉଁଶ କିଳା

ପୁରୀ: ପୁରୀରେ ଅଘଟଣ । କଲଭର୍ଟରୁ ଖସି ପଡ଼ିବାରୁ ଯୁବକଙ୍କ ଛାତିରେ ପଶିଗଲା ବାଉଁଶ । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ଯୁବକ । ଗୁରୁତର ଯୁବକ ହେଉଛନ୍ତି ତଳଜଙ୍ଗ ଗ୍ରାମର ତପନ‌ ପରିଡା ।

ସୂଚନାଅନୁସାରେ, ନଳା ଉପରେ ଥିବା କଲଭର୍ଟ ଉପରେ ବସିଥିଲେ ଯୁବକ ।‌ ହଠାତ୍ ତଳକୁ ଖସି ପଡିବାରୁ ଯୁବକଙ୍କ ଛାତିରେ ବାଉଁଶ ପଶି ବେକରେ ବାହାରି ପଡିଲା । ପୁରୀସଦର‌ ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Naveen Visit Kolkata: ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ

ତେବେ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ଗୁରୁତର ଯୁବକ ହେଉଛନ୍ତି ତଳଜଙ୍ଗ ଗ୍ରାମର ତପନ‌ ପରିଡା । ଗତକାଲି ରାତିରେ ତପନ ତାଙ୍କ ଗାଁ ପାଖ କଲଭର୍ଟ ଉପରେ ବସିଥିବା ବେଳେ ତଳକୁ ଖସି ପଡ଼ିଥିଲେ ।‌ ତଳେ ବାଉଁଶ କିଳା ପୋତା ହୋଇଥିବା ବେଳେ ଏକ ବାଉଁଶ କିଳା ତାଙ୍କ ଛାତିରେ ପଶି ବେକରେ ବାହାରି ଯାଇଥିଲା।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details