ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ କାଣ୍ଡ, ମହିଳାଙ୍କୁ ନିର୍ମମ ହତ୍ୟା - ମହିଳାଙ୍କୁ ନିର୍ମମ ହତ୍ୟା

ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

woman killed by miscreants in puri
ପୁରୀରେ ବିଭତ୍ସ ହତ୍ୟାକାଣ୍ଡ

By

Published : Aug 21, 2023, 6:20 PM IST

Updated : Aug 21, 2023, 6:42 PM IST

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ

ପୁରୀ:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ତ । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣା ପଡ଼ିଛି । ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ସୈତାନ ସାଜିଲା ମାଆ; ୨୦ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣିଲା, ୪ବର୍ଷ ପୂର୍ବେ ଝିଅକୁ ହତ୍ୟା କରିଥିଲା

ଏହା ମଧ୍ୟ ପଢ଼ନ୍ତୁ:ବିଦ୍ୟୁତ ବିଲ୍‌ ଅଧିକ ଆସିବାରୁ ଉପଭୋକ୍ତାଙ୍କ ବୀଭତ୍ସ କାଣ୍ଡ, ମିଟର ରିଡରଙ୍କୁ ନିର୍ମମ ହତ୍ୟା

ସୂଚନା ଅନୁଯାୟୀ, ସସ୍ମିତା ତାଙ୍କ ଦୋକାନରେ ବସିଥିବା ସମୟରେ ହଠାତ୍ କିଛି ଦୁର୍ବୁତ୍ତ ସେଠାରେ ପହଞ୍ଚି ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଦୁର୍ବୁତ୍ତ ମାନେ ସସ୍ମିତାଙ୍କୁ ଅତି ନୃଶଂସ ଭାବେ ଆକ୍ରମଣ କରିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ସଦର‌ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟା, ଟାଙ୍ଗିଆ ଚୋଟରେ ଟଳି ପଡିଲେ ବୃଦ୍ଧ

ଏହା ମଧ୍ୟ ପଢ଼ନ୍ତୁ:Father Kills Son: ଅତିଷ୍ଠ କଲା ଝଗଡା, ପୁଅକୁ କୋଦାଳରେ ହାଣିଲା ବାପା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ହତ୍ୟାକାଣ୍ଡ ପଛରେ ନିଶା କାରବାର ଥିବା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ହତ୍ୟାର ରହସ୍ୟ ସାମ୍ନାକୁ ଆସିବ । ତେବେ ଦିନ ଦ୍ବିପହରରେ ଜଣେ ମହିଳା ବ୍ୟବସାୟୀଙ୍କୁ ବଜାର ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର‌ ବାତାବରଣ ଖେଳାଇ ଦେଇଛି । ଚନ୍ଦନପୁର ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଅନେକ ଅସାମାଜିକ ଯୁବକଙ୍କର ଆତଙ୍କରାଜ ବଢୁଥିବା ବେଳେ ଲୋକେ ଅସୁରକ୍ଷିତ ମଣୁଛନ୍ତି । ତେଣୁ ସେମାନଙ୍କ ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Aug 21, 2023, 6:42 PM IST

ABOUT THE AUTHOR

...view details