ପୁରୀ:ହାଜତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ ଇତି ମଧ୍ୟରେ ବାସେଳୀ ସାହି ଥାନା IIC ଜୀବନାନନ୍ଦ ଜେନାଙ୍କୁ ବଦଳି କରାଯାଇଛି। ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୁରୀ ଏସପି କନୱର ବିଶାଳ ସିଂ ଏହି ସୂଚନା ଦେଇଛନ୍ତି। ବାସେଳୀ ସାହି ଥାନାରେ କେ. ରମେଶ ନାମକ ଜଣେ ଅଭିଯୁକ୍ତର ହାଜତରେ ସନ୍ଦେହ ଜନକ ଭାବେ ମୃତ୍ୟୁ ପରେ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ହାଜତ ମୃତ୍ୟୁ ଅଭିଯୋଗ ପରେ ପୂର୍ବତନ ଏସପି ଅଖିଳେଶ୍ୱର ସିଂଙ୍କ ମଧ୍ୟ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ ପୋଲିସ ଡିଜି।
ପୁରୀ ହାଜତ ମୃତ୍ୟୁ ମାମଲା, ବଦଳିଲେ ବାସେଳୀ ସାହି ଥାନା IIC
ପୁରୀ ହାଜତ ମୃତ୍ୟୁ ମାମଲା ଥମିନଥିବାବେଳେ ପ୍ରଶାସନରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି । ଅଧିକ ପଢନ୍ତୁ...
ସେପଟେ ନୂଆ ଏସପି ଭାବେ କନୱର ବିଶାଳ ସିଂ ପୁରୀରେ ଯୋଗ ଦେବା ପରେ ବାସେଳୀ ସାହି ଥାନା ସମେତ ମୋଟ 5 ଥାନା ଅଧିକାରୀଙ୍କ ବଦଳି କରାଯାଇଛି। ବଳଙ୍ଗା ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନଙ୍କୁ ବାସେଳୀ ସାହି ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୁମ୍ଭାର ପଡା ଥାନା ଅଧିକାରୀ କୁଳମଣି ସେଠିଙ୍କୁ ବଳିଆ ପଣ୍ଡା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ବଳିଆ ପଣ୍ଡା ଥାନା ଅଧିକାରୀ ଚିନ୍ମୟ ରାଉତଙ୍କୁ ସମୁଦ୍ର କୂଳ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।
ସମୁଦ୍ର କୂଳ ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀଙ୍କୁ କୁମ୍ଭାର ପଡା ଥାନା ଏବଂ କୁମ୍ଭାର ପଡା ଏ.ସ.ଆଇ ସମରେନ୍ଦ୍ର ପାଇକ ରାୟଙ୍କୁ ବଳଙ୍ଗା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ତେବେ ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପୁରୀର ନୂଆ ଏସପି କନୱର ବିଶାଳ ସିଂ ତାଙ୍କର ନୂଆ ଟିମ ଗଢିବା ନେଇ ଚର୍ଚ୍ଚା ଚାଲିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ