ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ । ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶେଷ ଦିନ । ଚଳିତ ବର୍ଷ କୋରୋନା କାରଣରୁ ବାହାର ଚନ୍ଦନ ନୀତି ମନ୍ଦିର ଭିତରେ ସଂପନ୍ନ ହେଉଛି । ତେଣୁ ଶ୍ରୀକ୍ଷେତ୍ରରେ ଭଉଁରୀର ସମସ୍ତ ନୀତି ଏଥର ମଧ୍ୟ ମନ୍ଦିର ଭିତରେ କରାଯିବ ।
ଭଉଁରୀ ତିଥିରେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ ସେପଟେ ପରମ୍ପରା ଅନୁଯାୟୀ ଆଜି ତିନି ରଥର ୩ ନାହାକା ଅଖରେ ଚକ ସଂଯୋଗ ଅନୁକୂଳ ହୋଇଛି । ଏହିକ୍ରମରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରା ଯାଇଛି । । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥର ଚକ ଅଖ ନିକଟରେ ଲାଗି କରିବା ପରେ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା ଯାଇଥିଲା ।
ଭଉଁରୀ ତିଥିରେ ଚକ ଅଖ ଡେରା କାର୍ଯ୍ୟ ସମ୍ପନ ଏହା ପରେ ରଥ ଚକ ଅଖ ଯୋଡା କାମ ଅନୁକୂଳ ହୋଇଥିଲା । ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ଭଭଁରୀ ଓ ରଥ ଚକ ଅଖଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଥିଲା । ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗି ଥାଏ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୬ଟି ଚକ ନିର୍ମାଣ ଶେଷ ହୋଇସାରିଛି । ଆଉ ୩୬ ଟି ଚକ ତିଆରି ଚାଲିଛି । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ତୁମ୍ଭରେ ଅର ଯୋଡା ଯିବ । ଆଗକୁ ସ୍ନାନ ପୂର୍ଣ୍ଣମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ