ବ୍ରହ୍ମଗିରି:ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରି ମାଣିକପାଟଣା ପୀଠରେ ଜମୁଛି ଭାବକୁଣ୍ଡଳେଶ୍ଵର ମହୋତ୍ସବ (Vaba kundelswar Mahotsav ) । ଶଙ୍ଖ, ହୁଳହୁଳରି କମ୍ପୁଛି ମାଣିକପାଟଣା ପୀଠ । ବାଜା, ଢୋଲ ଓ ସଙ୍କୀର୍ତ୍ତନରେ ଉଛୁଳୁଛି ବ୍ରହ୍ମଗିରି ମାଣିକପାଟଣା ପୀଠରେ ଚାଲିଥିବା ଭାବକୁଣ୍ଡଳେଶ୍ଵର ମହୋତ୍ସବ । ମହିଳା, ପୁରୁଷ ମିଳିତ ହୋଇ ଏକାଠି ଭକ୍ତିର ସହ ପାଳନ କରୁଛନ୍ତି ଭାବକୁଣ୍ଡଳେଶ୍ଵର ମହୋତ୍ସବ । ସକାଳୁ ଆରମ୍ଭ ହୋଇଥିବା ମହୋତ୍ସବରେ ପ୍ରସାଦ ସେବନର ଆୟୋଜନ ବି କରାଯାଇଛି ।
ଉତ୍ସବରେ କମିଟିର ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ଜେନା ସମ୍ପାଦକ ରାମଚନ୍ଦ୍ର ଜେନା, କମିଟିର ସଦସ୍ୟ ଅମର ସାହୁ, ଦାସରଥୀ ମହାରଣା, ଅଶୋକ ସାହୁ, ବନମାଳୀ ଦଳାଇ, ଅଭିମନ୍ୟୁ ଦାସ, ଇନ୍ଦ୍ରମଣୀ ପ୍ରଧାନ, ଭାସ୍କର ପ୍ରଧାନ, ରାମଚନ୍ଦ୍ର ବେହେରା, ଦିଜବର ପ୍ରଧାନ, ଦେବେନ୍ଦ୍ର ଦଳାଇ, ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର କାଞ୍ଚ ଅଭିଯାନରେ ଯିବା ସମୟରେ ତାଙ୍କୁ ଶୋଷ ଲାଗିବାରୁ ଦୁଇ ଭାଇ ମାଣିକ ପାଟଣାଠାରେ ଗୌଡୁଣୀ ଠାରୁ ଦହି ଖାଇଥିଲେ । ଗୌଡୁଣୀ ପଇସା ମାଗିବାରୁ ଦୁଇ ଭାଇ ଜଗନ୍ନାଥ ଓ ବଳଭଦ୍ର ନିଜ ଆଙ୍ଗୁଠିରୁ ରତ୍ନ ମୁଦି କାଢି ମାଣିକ ହାତକୁ ଦେଇଥିଲେ ।