ଓଡିଶା

odisha

ETV Bharat / state

ପୁରୀର ନୂତନ ଏସପି ଭାବେ ଦାୟିତ୍ବ ନେଲେ ଉମାଶଙ୍କର - ପୁରୀ

ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Feb 22, 2019, 11:47 PM IST

ପୁରୀ: ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ସେ ପୁରୀର ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କର ସ୍ବାଗତ କରାଯାଇଥିଲା । ଉମାଶଙ୍କର ପୂର୍ବରୁ ସୁନ୍ଦରଗଡର ଏସପି ଭାବେ କାର୍ଯ୍ୟରତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ବିଭିନ୍ନ ଅପରାଧ ଘଟଣାରେ ପୋଲିସକୁ ସୂଚନା ଦେବା ସହ ଆଇନ ଶୃଙ୍ଖଳା ବେଳେ ପୋଲିସକୁ ସହଯୋଗ କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଅପରାଧ ଘଟାଉଥିବା ବ୍ୟକ୍ତି ବିଶେଷ ଓ ଅପରାଧୀଙ୍କୁ ଏସପି ସତର୍କ କରାଇ ଦେଇଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ସହିତ ରଥଯାତ୍ରା, ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁରକ୍ଷା, ଶ୍ରୀମନ୍ଦିରରେ ଶୃଙ୍ଖଳା ଆଦି ପ୍ରସଙ୍ଗ ଉପରେ ସ୍ବତନ୍ତ୍ର ନଜର ରଖିବେ ବୋଲି କହିଛନ୍ତି । ଏଥିସହ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ନଜର ଥିବାରୁ ଏହାର ନିରାପତ୍ତା ପ୍ରମୁଖ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details