ଓଡିଶା

odisha

ETV Bharat / state

ମାଳତୀ ପାଟପୁର ଓଭରବ୍ରିଜରେ ଦୁର୍ଘଟଣା, 2 ବାଇକ ଆରୋହୀ ମୃତ

ପୁରୀ ମାଳତୀପାଟପୁର ଓଭରବ୍ରିଜ ନିକଟରେ ବାଇକ୍ ଦୁର୍ଘଟଣା । ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର। ହାଇୱାକୁ ପଛପଟୁ ଧକ୍କା ଦେବାରୁ ଘଟିଛି ଏହି ଦୁର୍ଘଟଣା ।

By

Published : Jun 20, 2019, 10:58 AM IST

Updated : Jun 20, 2019, 2:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମାଳତୀ ପାଟପୁର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ହାଇୱାକୁ ପଛରୁ ପିଟିଲା ବାଇକ । ଦୁର୍ଘଟଣାରେ 2 ଜଣ ଯୁବକ ପ୍ରାଣ ହରାଇ ଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ ବିଶ୍ୱଜିତ ବାରିକ, ରୁଦ୍ର ପ୍ରସାଦ ବାରିକ । ତାଙ୍କ ଘର ଭଦ୍ରକର ଭଣ୍ଡାରୀ ପୋଖରୀ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ, ଭଦ୍ରକକୁ 3ଜଣ ଯୁବକ ଏକ ବାଇକ ଯୋଗେ ପୁରୀ ଆସୁଥିଲେ । ମାଳତୀପାଟପୁର ବ୍ରିଜରେ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇ ତଳେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଗୁରୁତରଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 20, 2019, 2:53 PM IST

ABOUT THE AUTHOR

...view details