ଓଡିଶା

odisha

ETV Bharat / state

ଜ୍ବରରେ ଶ୍ରୀଜୀଉ: ଚାଲିଛି ଔଷଧୀୟ ଉପଚାର - puri

ସ୍ନାନ ପରେ ଜ୍ୱରରେ ପଡିଛନ୍ତି ଦାରୁଦିଅଁ । ଅଣସର ଘରେ ଜ୍ବରରେ ଥରୁଛନ୍ତି ଶ୍ରୀବିଗ୍ରହ । ଆଉ ଜ୍ବର ଉପଶମ ପାଇଁ ଚାଲିଛି ଗୁପ୍ତବିଧି, ଔଷଧୀୟ ଚିକିତ୍ସା ।

ଫାଇଲ ଫଟୋ

By

Published : Jun 23, 2019, 2:08 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ମାନବଲୀଳା । ଲୋକ ଜୀବନର ମହାଦେବତା ମହାପ୍ରଭୁ । ତାଙ୍କର ପୂଜା ବିଧାନ ଓ ଉପଚାରରେ ଲୋକଙ୍କ ଜୀବନର ପ୍ରଭାବ ପରିଲକ୍ଷିତ ହୋଇଥାଏ । ସେଥିପାଇଁ ସ୍ନାନ ପରେ ଜ୍ୱରରେ ପଡିଛନ୍ତି ଦାରୁଦିଅଁ । ଅଣସର ଘରେ ଜ୍ବରରେ ଥରୁଛନ୍ତି ଶ୍ରୀବିଗ୍ରହ । ଆଉ ଜ୍ବର ଉପଶମ ପାଇଁ ଚାଲିଛି ଗୁପ୍ତବିଧି, ଔଷଧୀୟ ଚିକିତ୍ସା ।

ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି କୃଷ୍ଣ ପଞ୍ଚମୀ ତିଥିରେ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରୀ ତେଲ ଲାଗି ହୋଇଛି । ରବିବାର ଠାରୁ ବିଭିନ୍ନ ଔଷଧୀୟ ଉପଚାର ଲାଗୁ କରାଯିବ । ମଧ୍ୟାହ୍ନ ଧୂପ ପରେ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ । ଷଷ୍ଠୀ ତିଥୀ ରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ବରରୁ ଉପଶମ ପାଇବେ ।

ସେହିପରି ପରମ୍ପରା ଅନୁଯାୟୀ ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ ।

ଚତୁର୍ଦ୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଏହାସହ ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅଁ ଓ ଦଶାବତାର ଠାକୁରମାନେ ନିଜ ନିଜ ସ୍ଥାନକୁ ଫେରିଆସନ୍ତି । ରଥଯାତ୍ରା ପୂର୍ବରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details