ଓଡିଶା

odisha

ETV Bharat / state

ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର ହେଲେ ପର୍ଯ୍ୟଟକ

ମୁଦ୍ରରେ ଗାଧଉଥିବାବେଳେ ବୁଡିଥିବା ବେଳେ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ସତ୍ୟ ପ୍ରକାଶ ମହାନ୍ତି ।

By

Published : Dec 31, 2020, 7:33 AM IST

ବୁଡି ଯାଉଥିବା ବେଳେ ଉଦ୍ଧାର ହେଲେ ପର୍ଯ୍ୟଟକ
ବୁଡି ଯାଉଥିବା ବେଳେ ଉଦ୍ଧାର ହେଲେ ପର୍ଯ୍ୟଟକ

ପୁରୀ: ପୁଣି ପୁରୀ ବେଳାଭୂମିରେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଲେ ପର୍ଯ୍ୟଟକ । ଜଣେ ପର୍ଯ୍ୟଟକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତୀ ଯାଇଛନ୍ତି। ସମୁଦ୍ରରେ ଗାଧାଉଥିବାବେଳେ ବୁଡିଥିବା ବେଳେ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇ ଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ସତ୍ୟ ପ୍ରକାଶ ମହାନ୍ତି ।

ସେ ଯାଜପୁର ଅଞ୍ଚଳର ବାସିନ୍ଦା । ସୂଚନା ଅନୁଯାୟୀ, ଅପରାହ୍ନ ସମୟରେ ସତ୍ୟ ପ୍ରକାଶ ବୁଧବାର ଦିଗବାରେଣି ଖୁଣ୍ଟି ସମୁଖ ବେଳାଭୂମିରେ ସମୁଦ୍ର ସ୍ନାନ କରୁଥିଲେ। ହେଲେ ସେ ଭାରସାମ୍ୟ ହରାଇ ସମୁଦ୍ର ଜଳ ରାଶି ଭିତରକୁ ଭାସି ଯାଇ ଥିଲେ।

ଏହାକୁ ଦେଖିବା ପରେ ସେଠାରେ ମୁତୟନ ଥିବା ଏ .ମାଧବରାଓ ଏବଂ ବାବୁଲା ବେହେରା ଲାଇଫ ଗାର୍ଡ ସଙ୍ଗେସଙ୍ଗେ ପାଣି ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ଫଳରେ ସତ୍ୟ ପ୍ରକାଶ ଏକ ନୂଆ ଜୀବନ ପାଇଛନ୍ତି। ତେବେ ସମୁଦ୍ର ସ୍ନାନ ବେଳେ ସତର୍କତା ଅବଲମ୍ବନ କରିବକୁ ବାରମ୍ବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉ ଥିବାବେଳେ ଅନେକ ପର୍ଯ୍ୟଟକ ଏହାକୁ ମାନୁ ନାହାନ୍ତି।

ଫଳରେ ସମୁଦ୍ର ସ୍ନାନ ବେଳେ ଅନେକ ନିରୀହ ପର୍ଯ୍ୟଟକ ସମୁଦ୍ରରେ ବୁଡି ପ୍ରାଣ ହରାଇଛନ୍ତି। ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଏବେ ପୂରୀ ବେଳାଭୂମିରେ ହେଉଥିବାବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ବେଳାଭୂମି ଲାଇଫ ଗାର୍ଡ ମୁତୟନ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details