ଓଡିଶା

odisha

ETV Bharat / state

ଟାଣି ନେଲା ରିପ୍ କରେଣ୍ଟ, ପୁରୀ ବିଚରୁ ନାବାଳକ ନିଖୋଜ

Tourist missing in puri sea beach: ସମୁଦ୍ରରେ ଘଟିଛି ପୁଣି ଏକ ଅଘଟଣ । ରିପ୍ କରେଣ୍ଟରେ ପଡି ନାବାଳକ ନିଖୋଜ । ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି । ଆଗକୁ ପଢ଼ନ୍ତୁ

ପୁରୀ ବିଚରୁ ନାବାଳକ ନିଖୋଜ
ପୁରୀ ବିଚରୁ ନାବାଳକ ନିଖୋଜ

By ETV Bharat Odisha Team

Published : Dec 10, 2023, 10:44 PM IST

ପୁରୀ ବିଚରୁ ନାବାଳକ ନିଖୋଜ

ପୁରୀ: ସମୁଦ୍ରରେ ଘଟିଛି ପୁଣି ଏକ ଅଘଟଣ । ରିପ୍ କରେଣ୍ଟରେ ପଡି ନାବାଳକ ନିଖୋଜ । ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି । ସେପଟେ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ । ନା ଦିଆଯାଉଛି ସଚେତନତା ବାର୍ତ୍ତା ଆଉ ନା ଅଛି ସୂଚନା ଫଳକ । ସମୁଦ୍ରରେ ରିପ୍ କରେଣ୍ଟ ଏବଂ ଉଚ୍ଚ ଲହଡ଼ି ବଢ଼ାଉଛି ପର୍ଯ୍ୟଟକଙ୍କ ମୃତ୍ୟୁ ସଂଖ୍ୟା ।

ପୁରୀ ସମୁଦ୍ରରେ ଘଟିଛି ପୁଣି ଏକ ଅଘଟଣ । ଗାଧୋଉଥିବା ସମୟରେ ରିପ୍ କରେଣ୍ଟରେ ପଡି ସମୁଦ୍ର ଭିତରେ ନିଖୋଜ ହୋଇଗଲେ ଜଣେ ନାବାଳକ । ନିଖୋଜ ନାବାଳକ ଜଣକ ହେଉଛନ୍ତି ବିହାରର ଆର୍ୟନ୍ ରାଜ୍ । ଚକ୍ରତୀର୍ଥ ରୋଡ ହୋଟେଲ ଗାନ୍ଧାରା ସମ୍ମୁଖ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି ଆର୍ୟନ୍ । ଘଟଣାସ୍ଥଳରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

ସେପଟେ ସମୁଦ୍ରରେ ପର୍ଯ୍ୟଟକଙ୍କ ବୁଡ଼ି ଯାଇ ନିଖୋଜ ହେବା ଘଟଣା ପୁଣି ପୁରୀ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବକୁ ପଦାରେ‌ ପକାଇ ଦେଇଛି । ବାରମ୍ବାର ସମୁଦ୍ରରେ ରିପ୍ କରେଣ୍ଟ ଏବଂ ଉଚ୍ଚ ଲହଡ଼ି ଯୋଗୁ ପର୍ଯ୍ୟଟକଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସଚେତନତା ପାଇଁ ବେଳାଭୂମିରେ କୌଣସି ସଚେତନତା ବାର୍ତ୍ତା କିମ୍ବା ସୂଚନା ଫଳକ ନାହିଁ । ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଲାଇଫ ଗାର୍ଡଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ମଧ୍ୟ ଦିଆଯାଉନାହିଁ । ସେହିପରି ଅନେକ ଆଧୁନିକ ଉପକରଣ ପ୍ରଶାସନ ପାଖରେ ବର୍ତ୍ତମାନ ଉପଲବ୍ଧ ଥିବାବେଳେ ଏଗୁଡିକୁ ଜିଲ୍ଲା ପ୍ରଶାସନ ଲାଇଫ ଗାର୍ଡଙ୍କୁ ଯୋଗାଉ ନାହିଁ ବୋଲି ଅଭିଯୋଗ କରିଛି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ।

ଏହା ମଧ୍ୟ ପଢ଼ନ୍ତୁ....ଭୁଶୁଡ଼ିଲା ଓପଜିସିର ଆସ ପଣ୍ଡ, ଗାଁ ମୁହାଁ ହେଲା ପାଉଁଶ ମିଶ୍ରିତ ପାଣି

ଦିଗବାରେଣି ଛକରୁ ଚୈତନ୍ୟ ଛକ ଯାଏଁ ଅଧିକାଂଶ ସମୟରେ ସମୁଦ୍ରରେ ରିପ୍ କରେଣ୍ଟ ରହୁଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା କହିଛି ଲାଇଫ ଗାର୍ଡ ମହାସଂଘ । ତେବେ ପୁରୀ ବେଳାଭୂମିର କଳେବର ଏବେ ବଢ଼ି ୮ କିଲୋମିଟର ହୋଇଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଧିକ ସଂଖ୍ୟକ ଲାଇଫ ଗାର୍ଡ ନିଯୁକ୍ତି, ଉପଯୁକ୍ତ ପ୍ରଶିକ୍ଷଣ ଏବଂ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।

ସୂଚନା ଅନୁଯାୟୀ ଗତ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ମୋଟ ୪୧ ଜଣ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ବେଳେ ମୃତ୍ୟୁ ହୋଇଛି । ସେହିପରି ସମୁଦ୍ରରେ ବୁଡ଼ି ଯାଉଥିବା ଅବସ୍ଥାରେ ୩ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ତେବେ ପୁରୀକୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଉଥିବା ବେଳେ ସୁରକ୍ଷିତ ସମୁଦ୍ର ସ୍ନାନ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details