ଓଡିଶା

odisha

ETV Bharat / state

ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ - banakalagi niti held in puri

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ସରିବା ପରେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି କରାଯିବ ।

puri
ମହାପ୍ରଭୁଙ୍କ ବନକ ଲାଗି ନୀତି

By

Published : Feb 11, 2020, 8:23 PM IST

ପୁରୀ: ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ବନକଲାଗି ନୀତି । ଏଥିପାଇଁ ୪ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ସରିବା ପରେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି କରାଯିବ ।

ବୁଧବାର ଅପରାହ୍ନ 4 ଟାରୁ ରାତି 8 ଟା ଯାଏଁ ଏହି ଗୁପ୍ତନୀତି ମହାପ୍ରଭୁଙ୍କର ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ଓ ସେବାୟତମାନେ ମହାପ୍ରଭୁଙ୍କର ଶୃଙ୍ଗାର କରିବେ । ଏଥିପାଇଁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନୀତିରେ ମହାପ୍ରଭୁଙ୍କର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ,କର୍ପୁର, କସ୍ତୁରୀ ଇତ୍ୟାଦି ବ୍ୟବହାର କରାଯାଇ ଶୃଙ୍ଗାର କରାଯିବାର ପରମ୍ପରା ରହିଛି । ରାତି ପ୍ରାୟ 8ଟା ପରେ ବନକଲାଗି ନୀତି ଶେଷ ହେବା ପରେ ଦର୍ଶନ ସ୍ବାଭାବିକ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details