ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଉଭା ଯାତ୍ରା, ଖୋଲିଲା ଅଣସର ପିଣ୍ଡି ତାଟି

ସୁସ୍ଥ ହୋଇ ମହାପ୍ରଭୁ ଦେଉଛନ୍ତି ନବଯୌବନ ଦର୍ଶନ । ଶ୍ରୀମନ୍ଦିରରେ ଉଭା ଯାତ୍ର । ଆଜି ଖୋଲିବ ଅଣସର ପିଣ୍ଡିର ତାଟି। । ଅଧିକ ପଢନ୍ତୁ...

ଆଜି ମହାପ୍ରଭୁଙ୍କ ଉଭା ଯାତ୍ରା, ଶ୍ରୀମନ୍ଦିରରେ ଚାଲିଛି ବିଶେଷ ନିତୀକାନ୍ତି
ଆଜି ମହାପ୍ରଭୁଙ୍କ ଉଭା ଯାତ୍ରା, ଶ୍ରୀମନ୍ଦିରରେ ଚାଲିଛି ବିଶେଷ ନିତୀକାନ୍ତି

By

Published : Jul 10, 2021, 6:41 PM IST

ପୁରୀ:ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଆଜି ଉଭାଯାତ୍ରା । ଅଣସର ତାଟି ଖୋଲାଯିବା ପରେ ଦୀର୍ଘ 15 ଦିନ ପରେ ମହାପ୍ରଭୁ ଉଭା ହୋଇଥିବା ହେତୁ ଶ୍ରୀମନ୍ଦିରରେ ଏହାକୁ ଉଭା ଯାତ୍ରା କୁହାଯାଏ । ଆଜିର ଦିନରେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ଆଜି ମହାପ୍ରଭୁଙ୍କ ଉଭା ଯାତ୍ରା, ଶ୍ରୀମନ୍ଦିରରେ ଚାଲିଛି ବିଶେଷ ନିତୀକାନ୍ତି

ବିଶ୍ବାସ ରହିଛି ଉଭାଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ପୁଣ୍ୟ ମିଳିଥାଏ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ହେତୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଉଭା ଯାତ୍ରା ଦିନ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ତଥା ବନକ ଲାଗି ମଧ୍ୟ ହୋଇଥାଏ ।

ପାରମ୍ପରିକ ରଙ୍ଗ କସ୍ତୁରୀ, ହରିତାଳ, ହିଙ୍ଗୁଳ ,କେଶର ଆଦିର ସମିଶ୍ରଣରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରେ ମହାପ୍ରଭୁ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details