ଓଡିଶା

odisha

ETV Bharat / state

ବଡଠାକୁରଙ୍କ ‘ବଡ’ ରଥ - ରଥ

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତ ତିନି ରଥ । ଜାଣନ୍ତୁ, ବଡ ଠାକରୁରଙ୍କ ବଡ ରଥ ବିଷୟରେ...

ଫାଇଲ ଫଟୋ

By

Published : Jul 4, 2019, 11:46 AM IST

ପୁରୀ: ଆଜି ପବିତ୍ର ରଥଯାତ୍ରା । ମହାପ୍ରଭୁ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ତିନି ରଥରେ ବିଜେ କରିବେ । ଆଉ ଭବ୍ୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ତିନି ରଥକୁ ସୁସଜ୍ଜିତ କରି ପ୍ରସ୍ତୁତ ରଖାଯାଇଛି । ବଳଭଦ୍ରଙ୍କ ପାଇଁ ତଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ପାଇଁ ଦର୍ପଦଳନ ଓ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ନନ୍ଦିଘୋଷ ରଥକୁ ସିଂହଦ୍ବାର ସମ୍ମୁଖରେ ପ୍ରସ୍ତୁତ କରି ରଖାଯାଇଛି ।

ରଥଯାତ୍ରା ପାଇଁ ମାସ ମାସ ପୂର୍ବରୁ ମହାରଣା ସେବାତମାନେ ରଥ ନିର୍ମାଣ କାମରେ ଲାଗିଥାନ୍ତି । ତେବେ ଚଳିତବର୍ଷ ତିନି ରଥରେ ପାରମ୍ପାରିକ ରଙ୍ଗର କପଡା ରହିଛି । ପ୍ରଭୁ ବଳଭଦ୍ରଙ୍କ ରଥରେ ସବୁଜ, ନାଲି ହୋଇଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥରେ କଳା ଓ ନାଲି ରଙ୍ଗର କପଡା ବ୍ୟବହାର କରାଯାଏ । ସେହିପରି ଜଗନ୍ନାଥଙ୍କ ରଥରେ ହଳିଦି ଓ ନାଲି ରଙ୍ଗର କପଡା ଲାଗିଥାଏ ।

ଚଳିତବର୍ଷ ବଳଭଦ୍ରଙ୍କ ରଥର ଉଚ୍ଚତା 45ଫୁଟ ରହିଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥର ଉଚ୍ଚତା 44ଫୁଟ 6 ଇଞ୍ଚ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଉଚ୍ଚତା 45 ଫୁଟ 6 ଇଞ୍ଚ ରହିଛି ।

ABOUT THE AUTHOR

...view details