ଓଡିଶା

odisha

By

Published : Mar 10, 2021, 5:39 PM IST

ETV Bharat / state

ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବ ଏନଏସଜି, ମେଘନାଦ ପାଚେରୀ ଓ ବଡଦାଣ୍ଡରେ ଲାଗିବ ସିସିଟିଭି

ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ କରିବ( ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ଏନଏସଜି। ଅଧିକ ପଢନ୍ତୁ ....

ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ କରିବ ଏନଏସଜି
ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ କରିବ ଏନଏସଜି

ପୁରୀ:ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ କରିବ( ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ଏନଏସଜି । ଆଗାମୀ ୧୮ ତାରିଖରେ ଏନଏସଜିର ଏକ ୫ ଜଣିଆ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ବୋଲି ଜଣାପଡିଛି । ତେବେ ଏହି ଟିମ୍ ପହଞ୍ଚିବା ପରେ ସମସ୍ତ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଏନଏସଜି ମୁଖ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି । ଆଇଜି ଅପରେସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପ୍ରତ୍ନତତ୍ବ ବିଭାଗ (ଏଏସଆଇ) କର୍ତୃପକ୍ଷଙ୍କୁ ଏହି ଚିଠି ଲେଖାଯାଇଛି ।

ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ କରିବ ଏନଏସଜି

ଶ୍ରୀମନ୍ଦିରରେ ଗ୍ରହଣ କରାଯାଉଥିବା ସୁରକ୍ଷା ବାବଦରେ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ଜଣେ ଲିଆସନିଂ ଅଫିସର ଯୋଗାଇ ଦେବାକୁ କୁହାଯାଇଛି । ଏହାବାଦ ଯାଞ୍ଚ ଟିମ୍ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ସୁବିଧା ଯୋଗାଇବା ସହ ସେମାନଙ୍କ ରହିବା, ବୁଲିବା ଓ ପରିବହନ ପାଇଁ ମଧ୍ୟ ସହାୟତା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଅନ୍ୟପଟେ ଏନଏସଜି ଟିମକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

ଶ୍ରୀମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ବ୍ୟାପକ ପଦକ୍ଷେପ ନେବାର ଯୋଜନା ରହିଛି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ଅତ୍ୟାଧୁନିକ ଢଙ୍ଗରେ ଯାଞ୍ଚ ସହ ମେଘନାଦ ପାଚେରୀ ଚାରିପାଖ ଏବଂ ସମ୍ପୂର୍ଣ୍ଣ ବଡ଼ ଦାଣ୍ଡ ସିସିଟିଭି ନଜରରେ ରହିବ । ତେବେ ଏନଏସଜି ପକ୍ଷରୁ ଯାହା ସୁରକ୍ଷା ସମର୍କିତ ପ୍ରସ୍ତାବ ଆସିବ ତାକୁ ପାଳନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details