ଓଡିଶା

odisha

ETV Bharat / state

ରିପୋର୍ଟ ନ ମିଳିବାରୁ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ଭଙ୍ଗାରୁଜା - covid patient

କୋଭିଡ ରିପୋର୍ଟ ନ ମିଳିବାରୁ ଡାକ୍ତରଖାନାରେ କମ୍ପ୍ୟୁଟର, ଅସବାପତ୍ର ଭାଙ୍ଗିବା ସହିତ ଏକାଧିକ ବ୍ଲଡ୍ ସାମ୍ପଲ ଫିଙ୍ଗି ନଷ୍ଟ କରିଛନ୍ତି କୋଭିଡ ରୋଗୀ। ଅଧିକ ପଢନ୍ତୁ...

ରିପୋର୍ଟ ନ ମିଳିବାରୁ ଡାକ୍ତରଖାନା ଭଙ୍ଗାରୁଜା
ରିପୋର୍ଟ ନ ମିଳିବାରୁ ଡାକ୍ତରଖାନା ଭଙ୍ଗାରୁଜା

By

Published : Sep 5, 2020, 5:53 PM IST

Updated : Sep 6, 2020, 9:33 AM IST

ବ୍ରହ୍ମଗିରି: ବ୍ରହ୍ମଗିରି ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ରୋଗୀଙ୍କ ଉତ୍ପାତ । ସ୍ବାସ୍ଥ୍ୟକେନ୍ଦ୍ରରେ ପସି କମ୍ପ୍ୟୁଟର, ଅସବାପତ୍ର ଭାଙ୍ଗିବା ସହିତ ଏକାଧିକ ବ୍ଲଡ୍ ସାମ୍ପଲ ଫିଙ୍ଗି ନଷ୍ଟ କରିଛନ୍ତି । ଏହାସହ ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ରିପୋର୍ଟ ନ ମିଳିବାରୁ ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ଭଙ୍ଗାରୁଜା

ଗତ ଅଗଷ୍ଟ 19 ତାରିଖରେ ଆଳିଆପୁଟ ଗ୍ରାମର ଜୟକୃଷ୍ଣ ପଲାଇ କୋଭିଡ୍ ଟେଷ୍ଟ ପାଇଁ ସାମ୍ପଲ ଦେଇଥିଲେ । 22 ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ମେଡିକାଲ ସହକର୍ମୀ ମାନେ ଯାଇ ତାଙ୍କୁ 14 ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ କହିବା ସହିତ ମେଡ଼ିସିନ ଦେଇଥିଲେ । 14 ଦିନ ପରେ ଆଜି(ଶନିବାର) ଜୟକୃଷ୍ଣ ମେଡିକାଲ ଆସି ତାଙ୍କର ରିପୋର୍ଟ ମାଗିବା ସହିତ ଭଙ୍ଗାରୁଜା କରି ଡାକ୍ତରଙ୍କୁ ମାଡ ମାରିଥିଲେ ।

ଏନେଇ ମେଡିକାଲ ଅଫିସର ଡାକ୍ତର ପ୍ରଣବ ପ୍ରକାଶ ପୂର୍ଣ୍ଣ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଜୟକୃଷ୍ଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚାଲାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Sep 6, 2020, 9:33 AM IST

ABOUT THE AUTHOR

...view details