ଓଡିଶା

odisha

ETV Bharat / state

ପିପିଲି ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି - preparing for the pipili by elections

ପିପିଲି ଉପ-ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ବେଳେ ବୁଥ ପରିଚାଳନା କ୍ଷେତ୍ରରେ ସେକ୍ଟର ଅଧିକାରୀ ମାନଙ୍କ ଭୂମିକା ସଂକ୍ରାନ୍ତୀୟ ତାଲିମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ପିପିଲି ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ପିପିଲି ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

By

Published : Feb 18, 2021, 10:54 PM IST

ପୁରୀ :ପିପିଲି ଉପ-ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ବେଳେ ବୁଥ ପରିଚାଳନା କ୍ଷେତ୍ରରେ ସେକ୍ଟର ଅଧିକାରୀ ମାନଙ୍କ ଭୂମିକା ସଂକ୍ରାନ୍ତୀୟ ତାଲିମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ୩୫ ଜଣ ସେକ୍ଟର ଅଧିକାରୀ ଏବଂ ୧୮ ଜଣ ସେକ୍ଟର ପୁଲିସ ଅଧିକାରୀ ସାମିଲ ଥିଲେ । ବୁଥ ପରିଚାଳନା ଓ ମତଦାନ ନିମନ୍ତେ ସମନ୍ୱୟ ରକ୍ଷା କରିବା କ୍ଷେତ୍ରରେ ସେକ୍ଟର ଅଧିକାରୀ ମାନେ କାମ କରିବେ ।

ପିପିଲି ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପ୍ରତ୍ୟେକ ସେକ୍ଟର ଅଧିକାରୀ ମାନେ ୧୦ ରୁ ୧୨ଟି ବୁଥ ଦାୟିତ୍ୱରେ ରହିବେ । ପୋଲିଂ ପାର୍ଟି ଗୁଡିକର ଯିବା ଆସିବା, ଶୃଙ୍ଖଳିତ ମତଦାନ, ଇଭିଏମ୍, ଭିଭିପ୍ୟାଟ ପରିଚାଳନା ଦିଗରେ ସହଯୋଗ କରିବେ । ଏଥିସହ କୋଭିଡ କଟକଣା ଯୋଗୁଁ ବୃଦ୍ଧବୃଦ୍ଧା ମାନଙ୍କ ପୋଷ୍ଟାଲ ବାଲାଟ, ଭିନ୍ନକ୍ଷମ ମାନଙ୍କ ମତଦାନ ଉପରେ ନଜର ରଖିବେ । ମତଦାନ ଦିନ ପ୍ରତି ୨ ଘଣ୍ଟାରେ ସଂପୃକ୍ତ ବୁଥ ପରିଦର୍ଶନ କରି ମତଦାନ ଅଗ୍ରଗତି ସଂପର୍କରେ ନିୟନ୍ତ୍ରଣ କକ୍ଷକୁ ତଥ୍ୟ ପ୍ରଦାନ କରିବେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ଡେପୁଟି କଲେକ୍ଟର ସୁମନ୍ତ କୁମାର କର, ଜିତେନ୍ଦ୍ର କୁମାର ପାତ୍ର, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details