ବ୍ରହ୍ମଗିରି: ମହାମାରୀ କରୋନା ସାରା ବିଶ୍ବରେ ତାଣ୍ଡବ ରଚିଥିବା ବେଳେ ସାରା ଭାରତ ବର୍ଷରେ ଲକଡାଉନର ଅବଧିକୁ ମେ 30 ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ସରକାର । ଏହି ଲକଡାଉନ ନିୟମକୁ ମାନି ଯଦି ଆମେ ସମସ୍ତେ ଘରେ ରହିବା ତେବେ ଏହି ମହାମାରୀ ଠାରୁ ଜିତି ପାରିବା ।
ଦଳିତ ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଛି ବିଜେପି ଯୁବମୋର୍ଚ୍ଚା
ଲକଡାଉନ କାରଣରୁ ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତର କିଛି ଦଳିତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଥିବା ବେଳେ ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚାର କିଛି ଯୁବକ ଏକାଠି ହୋଇ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଅଧିକ ପଢନ୍ତୁ...
ଦଳିତ ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଛି ବିଜେପି ଯୁବମୋର୍ଚ୍ଚା
କିନ୍ତୁ ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତର କିଛି ଦଳିତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଥିବା ବେଳେ ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚାର କିଛି ଯୁବକ ଏକାଠି ହୋଇ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏମାନଙ୍କୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ମହାମାରୀ ଠାରୁ କିପରି ରକ୍ଷା ପାଇ ପାରିବା, ସେନେଇ ସଚେତନ ମଧ୍ୟ କରାଇଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ