ଓଡିଶା

odisha

ETV Bharat / state

ସ୍ନାନଯାତ୍ରାରେ 144 ଧାରା ଜାରିକୁ ବିଜେପିର ବିରୋଧ

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ପୁରୀରେ ଧାରା 144 ଲାଗିବା ନିଷ୍ପତ୍ତିକୁ ବିରୋଧ କରିଛି ପୁରୀ ବିଜେପି । ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ..

By

Published : Jun 3, 2020, 9:52 PM IST

bathing-procession
bathing-procession

ପୁରୀ: ଶୁକ୍ରବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ କୋଭିଡ 19 ସଂକ୍ରମଣ ଆଶଙ୍କାକୁ ଦେଖି ଭକ୍ତ ପାଇଁ କଟକଣା ଜାରି କରିଛି ଜିଲା ପ୍ରଶାସନ । ସ୍ନାନ ମଣ୍ଡପ ସାମ୍ନା ବଡ଼ ଦାଣ୍ଡରେ ଲୋକଙ୍କ ଭିଡ଼ ହେବା ଆଶଙ୍କାକୁ ଦେଖି ପ୍ରଶାସନ 144 ଧାରା ଜାରି କରିଛି । କୌଣସି ବ୍ୟକ୍ତି ବଡ଼ ଦାଣ୍ଡରେ ସ୍ନାନ ଯାତ୍ରା ଦିନ ଏକାଠି ହୋଇ ପାରିବେ ନାହିଁ ସେ ନେଇ 144 ଧାରା ଜାରି ହେବ । ତେବେ ଏହି ବ୍ୟବସ୍ଥାକୁ ପୁରୀର ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବିରୋଧ କରିଛନ୍ତି ।

ସ୍ନାନଯାତ୍ରାରେ 144 ଧାରା ଜାରି କୁ ବିଜେପି ର ବିରୋଧ

ଯେତେବେଳେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମରେ ବଡ଼ ଦାଣ୍ଡ ହଜାର ହଜାର ଲୋକ ଏକାଠି ହୋଇ ପାରିଲେ ସେତେବେଳେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତ ଙ୍କ ଉପସ୍ଥିତି ସାମାଜିକ ଦୂରତ୍ବରେ କାହିଁକି ଅନୁମତି ଦିଆଯିବ ନାହିଁ ବୋଲି ସେ ସରକାର ଓ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଦୀର୍ଘ 2 ମାସ ହେବ ପୁରୀ ବସିନ୍ଦା ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବଞ୍ଚିତ ହୋଇଛନ୍ତି । ଏଣୁ ସ୍ନାନଯାତ୍ରାରେ ଏଭଳି 144 ଧାରା କଟକଣା ଠିକ ନୁହେଁ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।

ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଭେଟିବେ ଓ ସ୍ନାନଯାତ୍ରାରେ ଭକ୍ତ ଙ୍କୁ ଦର୍ଶନ ନିମନ୍ତେ ଅନୁମତି ଦେବାକୁ ସେ ନିବେଦନ କରିବେ ବୋଲି କହିଛନ୍ତି । ପୁରୀକୁ ବାହାରୁ ପର୍ଯ୍ୟଟକ ଆସିବା କଟକଣା ଥିବାବେଳେ କେଵଳ ପୁରୀ ବସିନ୍ଦାଙ୍କୁ ସ୍ନାନଯାତ୍ରା ରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଅନୁମତି ଦେବା କୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।

ପୁରୀ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details