ଓଡିଶା

odisha

ETV Bharat / state

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ! - ସମୁଦ୍ର ପଥ

ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବେ ଆତଙ୍କବାଦୀ । ସୂଚନା ଦେଲା ଗୁଇନ୍ଦା ବିଭାଗ । ସୁରକ୍ଷା ବ୍ୟବସ୍ଥା କଡାକଡି ।

ପୁରୀ

By

Published : Aug 1, 2019, 11:34 PM IST

ପୁରୀ: ଶ୍ରୀମନ୍ଦିରକୁ ଆତଙ୍କବାଦୀ ବିପଦ । ଗୁଇନ୍ଦା ବିଭାଗ ରିପୋର୍ଟ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବେ ଆତଙ୍କବାଦୀ । ନିକଟରେ ଆତଙ୍କବାଦୀ ସଂଗଠନ ପୁରୀରେ ନରସଂହାର ରଚିବାକୁ ଯୋଜନା ପ୍ରସ୍ତୁତ କରିଥିବାର ସୂଚନା ଦେଇଛି ଗୁଇନ୍ଦା ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ପ୍ରାୟ ରହିଆସିଛି । ଏନେଇ ଅନେକ ଥର ଗୁଇନ୍ଦା ବିଭାଗ ମଧ୍ୟ ସୂଚନା ଦେଇ ସଚେତନ କରିଛି । ହେଲେ ଏଥର ଆତଙ୍କବାଦୀ ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବେ ବୋଲି କହିଛି ଗୁଇନ୍ଦା ବିଭାଗ । ଯାହାକୁ ନେଇ ପୁରୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ତେବେ ରଥାଯାତ୍ରା ପୂର୍ବରୁ ହିଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଓ ଆତଙ୍କୀର ମୁକାବିଲା କରିବାକୁ ପୁରୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଏସପି ଉମାଶଙ୍କର ଦାସ ।


ସମୁଦ୍ର ଉପକୂଳ ଅଞ୍ଚଳରେ ନାଭାଲ ଓ କୋଷ୍ଟଗାର୍ଡର ପାଟ୍ରୋଲିଂ କରାଯାଉଛି । ସମୁଦ୍ରରେ ଚଳାଚଳ କରୁଥିବା ଡଙ୍ଗାଗୁଡିକ ମଧ୍ୟରୁ ଅନେକ ପଞ୍ଜିକରଣ କରିନଥିବାବେଳେ ସେ ସବୁକୁ ଯାଞ୍ଚ କରାଯିବ। ସମୁଦ୍ରକୁଳ ଅଞ୍ଚଳରେ ବିଶେଷକରି ବିଳମ୍ବିତ ରାତିରେ ଅଜଣା ଲୋକଙ୍କ ଉପରେ ନଜର ରଖିବା ଲାଗି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ସହରକୁ ସଂଯୋଗ କରିଥିବା ସମସ୍ତ ରାସ୍ତା ଓ ସହର ମଧ୍ୟରେ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀମନ୍ଦିର ବାହାରେ ଚବିଶ ଘଣ୍ଟିଆ ପୁଲିସ ପହରା ରହିଛି। ୱାଚଟାୱାର ମାଧ୍ୟମରେ ବଡଦାଣ୍ଡ ଓ ମନ୍ଦିର ଚାରିପଟ ଉପରେ କଡା ନଜର ରଖାଯାଇଛି। ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି ଏସପି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details