ପୁରୀ: ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ଯାଏଁ ସିଧା ପ୍ରସାରଣକୁ ନେଇ ଆଜି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅପରାହ୍ନ 4 ଟା 30ରେ ଏହି ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ 7 ଟି ଘରୋଇ ଟେଲିଭିଜନ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ତେବେ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।
ତେବେ ସୂଚନାନୁଯାୟୀ ଓଡିଶା ଟେଲିଭିଜନ ଲିମିଟେଡ଼ ତଥା ଓଟିଭିର ସର୍ବୋଚ୍ଚ ବିଡ଼୍ ରହିଛି । 54 ଲକ୍ଷ ଟଙ୍କାର ବିଡ଼୍ ଦାଖଲ କରିଛି ଓଟିଭି । ସେହିପରି 36 ଲକ୍ଷ ଟଙ୍କା ବିଡ଼୍ ଦାଖଲ କରି ଦ୍ୱିତୀୟରେ ରହିଛି ଏମବିସି । ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଟିଭି ଚ୍ୟାନେଲ