ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ହୋଇଥିବା ଅସ୍ଥାୟୀ ବ୍ୟାରିକେଡକୁ ପ୍ରଶାସନ ହଟାଇ ଦେଇଛି। ଆଗକୁ ରଥ କାଠ ଆସିବାକୁ ଥିବା ବେଳେ କାଠ ରଖିବା ପାଇଁ ସ୍ଥାନ ଅଭାବକୁ ଦୃଷ୍ଟିରେ ରଖି ଏହା ଖୋଲାଯାଇଛି। ଅନ୍ୟପଟେ ଏହି ଅସ୍ଥାୟୀ ବ୍ୟାରିକେଡ ଯୋଗୁଁ ବଡ଼ଦାଣ୍ଡରେ ପ୍ରବଳ ଟ୍ରାଫିକ ଜାମ୍ ନେଇ ଅଭିଯୋଗ ମଧ୍ୟ ହୋଇ ଆସୁଥିଲା। ଏଥିପାଇଁ ସ୍ଥାନୀୟ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ।
ଶ୍ରୀମନ୍ଦିରରୁ ହଟିଲା ଅସ୍ଥାୟୀ ବ୍ୟାରିକେଡ୍ - barricades removed from the shrimandir
ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ହୋଇଥିବା ଅସ୍ଥାୟୀ ବ୍ୟାରିକେଡକୁ ପ୍ରଶାସନ ହଟାଇ ଦେଇଛି। ଆଗକୁ ରଥ କାଠ ଆସିବାକୁ ଥିବା ବେଳେ କାଠ ରଖିବା ପାଇଁ ସ୍ଥାନ ଅଭାବକୁ ଦୃଷ୍ଟିରେ ରଖି ଏହା ଖୋଲାଯାଇଛି। ଅଧିକ ପଢନ୍ତୁ...
ତେବେ ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଅନୁମତି ପରେ ଅଧିକ ଭକ୍ତଙ୍କ ଆଗମନକୁ ଦେଖି ପ୍ରଶାସନ ଏହି ବ୍ୟାରିକେଡ କରିଥିଲା। ତେବେ ଧୀରେ ଧୀରେ ଭକ୍ତଙ୍କ ଆଗମନ ସ୍ଥିର ହେବା ପରେ ଅସ୍ଥାୟୀ ବ୍ୟାରିକେଡକୁ ହଟାଯାଇଛି। ବଡ଼ଦାଣ୍ଡର ମରିଚି କୋଟ ଛକ ଏହି ଅସ୍ଥାୟୀ ବ୍ୟାରିକେଡ୍ ଶ୍ରୀମନ୍ଦିର କାର୍ଯ୍ୟଳୟ ଯାଏଁ ଲଗା ଯାଇଥିଲା। ଏହା ପୂର୍ବରୁ ପ୍ରଥମେ ମାର୍କେଟ ଛକରୁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା। ତେବେ ଅଧିକ ବାଟ ହେବାରୁ ଭକ୍ତଙ୍କ ଅସନ୍ତୋଷ ଦେଖି ପ୍ରଶାସନ ମରିଚି କୋଟ ଛକରୁ ଏହି ଅସ୍ଥାୟୀ ବ୍ୟାରିକେଡ ଲଗାଇ ଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ