ଓଡିଶା

odisha

ETV Bharat / state

ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ, ଗଜପତିଙ୍କ 62 ଅଙ୍କ ଆରମ୍ଭ

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦ୍ଵାଦଶୀ ତିଥିରୁ ଗଜପତିଙ୍କ ବର୍ଷ ଗଣନାର ଶୁଭାରମ୍ଭ ହୁଏ । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ ହୋଇଛି । ବିଧି ବିଧାନ ମୁତାବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମସ୍ତ ନୀତି କରାଯାଇଥିଲା। ଏଥିସହ ଆରମ୍ଭ ହୋଇଛି ନୂତନ ସାଲ 1427 ଓ ଶ୍ରୀ ଦିବ୍ୟସିଂହ ଦେବଙ୍କ 62ଅଙ୍କ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 11, 2019, 7:43 AM IST

ପୁରୀ : ଶ୍ରୀନଅରରେ ମଙ୍ଗଳବାର ସୁନିଆ ପାଳିତ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ ହୋଇଛି । ବିଧି ବିଧାନ ମୁତାବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମସ୍ତ ନୀତି କରାଯାଇଥିଲା। ଏଥିସହ ଆରମ୍ଭ ହୋଇଛି ନୂତନ ସାଲ 1427 ଓ ଶ୍ରୀ ଦିବ୍ୟସିଂହ ଦେବଙ୍କ 62ଅଙ୍କ ଆରମ୍ଭ ହୋଇଛି । ଏହାସହ ଆରମ୍ଭ ହୋଇଛି ଚଳିତବର୍ଷର ଗଜପତିଙ୍କ ରାଜୁତିର ପ୍ରଥମ ଦିନ । ଏହି ଅବସରରେ ସ୍ବର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା ।

ଶ୍ରୀନଅରରେ ସୁନିଆ ଉତ୍ସବ ପାଳିତ

ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦ୍ଵାଦଶୀ ତିଥିରୁ ଗଜପତିଙ୍କ ବର୍ଷ ଗଣନାର ଶୁଭାରମ୍ଭ ହୁଏ । ସେଥିପାଇଁ ଶ୍ରୀନଅରରେ ସ୍ବତନ୍ତ୍ର ପାରମ୍ପରିକ ବିଧି ଅନୁଷ୍ଠିତ ହୋଇଛି । ପୁରାତନ ବର୍ଷ ଗଣନା ପଦ୍ଧତି ଅନୁସାରେ ଏହି ଦିନ ଠାରୁ ଗଜପତି ମହାରାଜାଙ୍କର ନୂତନ ଅଙ୍କ ଗଣନା ହୁଏ । ନବ ଜାତକଙ୍କ ଜନ୍ମ ପତ୍ରିକା ଓ ପ୍ରଚଳିତ ହେଉ ଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହି ଦିବସର ଯଥେଷ୍ଟ ଗୁରୁତ୍ବ ରହିଥାଏ ।

ଏହି ଅଵସର ରେ ଶ୍ରୀନଅର ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ରାଜ ନଅରକୁ ପରିଷ୍କାର କରାଯାଇ ସ୍ବତନ୍ତ୍ର ବିଧି ଅନୁଷ୍ଠିତ ହୋଇଥିଲା । ନୂତନ ଅଙ୍କ ପ୍ରଚଳନ ଅବସରରେ ପଣ୍ଡିତ, ବ୍ରାହ୍ମଣ ଓ ରାଜ ପରିବାର ସଦସ୍ୟମାନେ ଗଜପତି ମହାରାଜାଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ । ଏଥି ସହ ଗଜପତିଙ୍କ ଅଭିଷେକ ଉତ୍ସବ ମଧ୍ୟ ସଂପନ୍ନ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details