ଓଡିଶା

odisha

ETV Bharat / state

ବାଲୁକା କଳାରେ ଟିମ ଇଣ୍ଡିଆକୁ ବିଜୟୀ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ

ବାଲୁକା କଳାରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା । ଇଣ୍ଡିଆର ବିଜୟୀ ନେଇ ପୁରୀରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

By

Published : Jun 17, 2019, 3:19 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ

ପୁରୀ: ବାଲୁକା କଳାରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରବିବାର ପାକିସ୍ତାନ ବିପକ୍ଷରେ ବିଶ୍ୱକପ ମ୍ୟାଚରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟକୁ ନେଇ ଟିମ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ବାଣ ଫୁଟାଇ କ୍ରିକେଟପ୍ରେମୀ ଉତ୍ସବ ମଧ୍ୟ ମନାଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ପୁରୀ

ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୁରୀ ସମୁଦ୍ର କୂଳରେ ଏକ ସୁନ୍ଦର ବାଲୁକା କଳା କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି। ଏହିଭଳି ବିଜୟ ଧାରା ବଜାୟ ରଖି ବିଶ୍ଵକପ ହାସଲ କରିବା ପାଇଁ ସେ ଟିମ ଇଣ୍ଡିଆକୁ ଉତ୍ସାହିତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details