ପୁରୀ: ଓଡିଶାର କଳା ଓ ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତାଙ୍କ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଫଳରେ ଆଜି ସୁଦୂର ଜାପାନରେ ସ୍ଥାନ ପାଇଛି କୋଣାର୍କର କଳାକୃତି । ବାଲିରେ ଅତି ନିଖୁଣ ଭାବେ କୋଣାର୍କ ମନ୍ଦିରର ଚକ୍ର ଓ କାରୁକାର୍ଯ୍ୟକୁ ବାଲିରେ ଆଙ୍କିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଯାହାକୁ ଦେଖି ବିସ୍ମିତ ହୋଇଛନ୍ତି ପର୍ଯ୍ୟଟକ ମାନେ ।
ଜାପାନରେ କୋଣାର୍କ କଳାକୃତି - ପୁରୀ
ବାଲିରେ ଅତି ନିଖୁଣ ଭାବେ କୋଣାର୍କ ମନ୍ଦିରର ଚକ୍ର ଓ କାରୁକାର୍ଯ୍ୟକୁ ବାଲିରେ ଆଙ୍କିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଯାହାକୁ ଦେଖି ବିସ୍ମିତ ହୋଇଛନ୍ତି ଜାପାନୀ ପର୍ଯ୍ୟଟକ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଜାପାନର ସାଣ୍ଡ ଆର୍ଟ ମ୍ୟୁଜିଅମରେ ଚାଲିଛି ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଏଥିରେ ଭାରତରୁ ପ୍ରତିଯୋଗୀଭାବେ ଭାଗ ନେଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। 6 ଫୁଟ ଉଚ୍ଚତା ଓ 20 ଫୁଟ ଲମ୍ବର ଏହି ବାଲୁକା କଳାରେ କୋଣାର୍କ ଚକ୍ର ଏବଂ ଏହାର କାରୁକାର୍ଯ୍ୟକୁ ଅତି ସୁନ୍ଦର ଭାବେ ପରିବେଷଣ କରିଛନ୍ତି ସେ । ଏଥିରେ 21 ଜଣ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଭାଗ ନେଇଥିବା ଜଣା ପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ