ଓଡିଶା

odisha

ETV Bharat / state

ପ୍ରେମ ହେଲା କାଳ; ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହୋଇ ପୁରୀ ଜିଲ୍ଲା ପେଣ୍ଠକଟାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା ।

By

Published : Nov 28, 2019, 11:37 AM IST

Student suicide in hoste
ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ପୁରୀ: ଜିଲ୍ଲା ପେଣ୍ଠକଟାରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଛାତ୍ରାବାସରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ସମୁଦ୍ରକୁଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ମୃତଦେହ ଜବତ କରିଛି । ପ୍ରେମରେ ବିଫଳ ହୋଇ ଛାତ୍ରଜଣକ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।

ଛାତ୍ରାବାସରେ ଛାତ୍ରଙ୍କ ଆତ୍ମହତ୍ୟା

ମୃତ ଛାତ୍ର ଜଣଙ୍କ କଟକ ନିଶ୍ଚିତକୋଇଲି ଅଞ୍ଚଳର ଆଶିଷ କୁମାର ଷଡଙ୍ଗୀ ବୋଲି ଜଣାପଡିଛି । ସେ ପ୍ରାକଶାସ୍ତ୍ରୀର ପ୍ରଥମ ବର୍ଷର ଛାତ୍ର ଓ ବୟସ 16 ବର୍ଷ । ମୃତ ଛାତ୍ର ଜଣଙ୍କ ଏକ ଛାତ୍ରୀଙ୍କୁ ଭଲ ପାଉଥିଲେ । ଏହାକୁ ନେଇ କିଛିଦିନ ତଳେ ବିବାଦ ହୋଇଥିଲା । ଛାତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ । ଯାହାକୁ ନେଇ ସେ କିଛିଦିନ ହେବ ଅବସାଦରେ ରହିଥିଲେ । ଫଳରେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ପୋଲିସ ତାଙ୍କ ମୃତ୍ୟୁ ସମ୍ପର୍କରେ ସହପାଠୀଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି। ଏହି ଘଟଣାକୁ ନେଇ ଛାତ୍ରାବାସରେ ଶୋକର ଛାୟା ଖେଳି ଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details