ଓଡିଶା

odisha

କୋରୋନା ସୁସ୍ଥଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ: ପୁରୀ ଜିଲ୍ଲାପାଳ

By

Published : Jul 27, 2020, 6:33 PM IST

କୋଭିଡ ରିପୋର୍ଟ ନେଗେଟିଭ ପରେ ଘରକୁ ଫେରୁଥିବା ବ୍ୟକ୍ତିଙ୍କୁ ସ୍ନେହ, ଆଦର ସହ ଆପଣାଇବାକୁପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି ।

Strong action will to be taken if anybody harass people who recover from Covid-19, says Collector Puri
କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ: ପୁରୀ ଜିଲ୍ଲାପାଳ

ପୁରୀ: ଗତ 24 ଘଣ୍ଟା ମଧ୍ୟରେ ପୁରୀ ସହରରୁ ନୂଆ 4ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 681 ଥିବାବେଳେ, 324ଟି ଆକ୍ଟିଭ କେସ୍ ରହିଛି ।

କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ: ପୁରୀ ଜିଲ୍ଲାପାଳ

ତେବେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ, ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଏକାଧିକ ନିୟମର କଡା ପାଳନ ପାଇଁ ଅନୁରୋଧ କରିଛନ୍ତି । ଦୋକାନୀଙ୍କୁ ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ନିୟମ ବାଧ୍ୟତା ମୂଳକ କରିବାକୁ କହିଛନ୍ତି । ନିଜ ବ୍ୟବସାୟ ପ୍ରତିଷ୍ଠାନରେ ଏନେଇ ପୋଷ୍ଟର କିମ୍ବା ବ୍ୟାନର ଲଗାଇବାକୁ ସେ କହିଛନ୍ତି । ଏହି ନିୟମର ଉଲଂଘନ ହେଲେ, ସଂପୃକ୍ତ ଦୋକାନୀଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ସେହିପରି ବର୍ତ୍ତମାନର କଠିନ ସମୟରେ ଏକମାତ୍ର ଶତ୍ରୁ ମହାମାରୀ କୋରୋନା । କୌଣସି ପ୍ରକାର ଜାତି, ବର୍ଣ୍ଣ, ଧର୍ମ, ଭାଷା ଆଧାରରେ ଅଯଥା ଇସ୍ୟୁ କରି କୋଭିଡ ଚାଳନାରେ ଅସହଯୋଗକୁ ଗ୍ରହଣ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

କୋଭିଡ ରିପୋର୍ଟ ନେଗେଟିଭ ପରେ ଘରକୁ ଫେରୁଥିବା ବ୍ୟକ୍ତିଙ୍କୁ ସ୍ନେହ, ଆଦର ସହ ଆପଣାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ଘୃଣା କିମ୍ବା ହଇରାଣ କରିବାର ସୂଚନା ମିଳେ, ତେବେ ପ୍ରଶାସନ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details