ଓଡିଶା

odisha

ETV Bharat / state

ରାଧା ପାଦ ଦର୍ଶନ ବିବାଦ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସୁରୁଖୁରୁରେ ଚାଲିଛି ଦର୍ଶନ

ପ୍ରଶାସନ ନିଷ୍ପତ୍ତିକୁ ସେବାୟତଙ୍କ ବିରୋଧ । ବନ୍ଦ ଥିଲା ଶ୍ରୀରାଧା ପାଦ ଦର୍ଶନ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତୁଟିଲା ବିବାଦ ।

By

Published : Nov 5, 2019, 8:06 AM IST

Updated : Nov 6, 2019, 5:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁଣି ସେବାୟତ ଓ ପ୍ରଶାସନ ବିବାଦ । ଏହାର ପ୍ରଭାବରେ ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ ବନ୍ଦ ରହିଥିଲା । ଫଳରେ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହୋଇଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି । ତେବେ ପ୍ରଶାସନ ସଙ୍ଗେ ସଙ୍ଗେ ସେବକମାନଙ୍କ ସହ ଆଲୋଚନା କରିବା ପରେ ବିବାଦ ତୁଟି ଦର୍ଶନ ସ୍ବଭାବିକ ହୋଇଥିଲା ।

ରାଧା ପାଦ ଦର୍ଶନ ବିବାଦ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସୁରୁଖୁରୁରେ ଚାଲିଛି ଦର୍ଶନ

ପବିତ୍ର ଅଁଳା ନବମୀ ଅବସରରେ ମା ରାଧା ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି । ସେବାୟତଙ୍କ ଅଭିଯୋଗ ଅନୁସାରେ ସେବକମାନଙ୍କୁ ମନ୍ଦିର ଭିତରକୁ ପୋଲିସ ପ୍ରବେଶ ପାଇଁ ବାଧା ସୃଷ୍ଟି କରିଥିଲା । ଏହା ସେବାୟତଙ୍କ ପ୍ରତି ଅପମାନ ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଥିଲେ । ବର୍ଷସାରା ପ୍ରଭୁ ଶ୍ରୀକୃଷ୍ଣ ଓ ମା ରାଧାଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି ମାତ୍ର ଅଁଳା ନବମୀ ଦିନ ସେବକଙ୍କୁ ମନ୍ଦିର ପ୍ରବେଶ ମନା କରିବା ଅପମାନଜନକ ।

ପୋଲିସ ଓ ପ୍ରଶାସନଙ୍କର ଚିହ୍ନା ବ୍ୟକ୍ତି ଓ ପରିବାର ବିନା ବାଧାରେ ମନ୍ଦିରରେ ପ୍ରବେଶ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେବାୟତ । ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସାଧାରଣ ଦର୍ଶନ ଚାଲୁ ରହିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 6, 2019, 5:22 PM IST

ABOUT THE AUTHOR

...view details