ଓଡିଶା

odisha

ETV Bharat / state

ଉଚ୍ଛେଦ ହେବ ମେଘନାଦ ପାଚେରୀକୁ ଲାଗିଥିବା ଜବରଦଖଲ - ହାଇକୋର୍ଟଙ୍କ ରାୟ

ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହେବ ଜବରଦଖଲ । ଉଚ୍ଛେଦ କରିବାକୁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 14, 2019, 10:34 PM IST

ପୁରୀ: କାର୍ଯ୍ୟକାରୀ ହେବ ହାଇକୋର୍ଟଙ୍କ ରାୟ । ପାଳନ ହେବ ଏନଏସଜିର ପରାମର୍ଶ । ବିଶ୍ବନିୟନ୍ତାଙ୍କ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀକୁ ଲାଗି ରହିଥିବା ଜବରଦଖଲ ସବୁ ଉଛେଦ ହେବ । ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ସରକରୀ ବେସରକାରୀ କୋଠା ସବୁ ଭଙ୍ଗା ଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଶ୍ରୀମନ୍ଦିର ପ୍ରଶାସନ ସହ ଜିଲ୍ଲାପାଳ ବଳୱନ୍ତ ସିଂ ଆଲୋଚନା କରିଛନ୍ତି । ଚଳିତ ମାସ 19ରେ ଭଙ୍ଗିବା ପାଇଁ ଜିଲାପାଳ
ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣଦ୍ବାର ପଟେ ଥିବା ଶୌଚାଳୟକୁ ଭଙ୍ଗାଯିବ । ତା ପରେ ପର୍ଯ୍ୟାୟ କ୍ରମେ ଭଙ୍ଗା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଜିଲାପାଳ ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ କୋଠା ଦୋକାନକୁ ଉଛେଦ କରାଯିବ ବୋଲି କହିଛନ୍ତି ଜିଲାପାଳ । ତେବେ ମେଘନାଦ ପାଚେରୀକୁ ଲାଗି ସିଂହଦ୍ବାର ପଟେ ପ୍ରତିହାରୀ ନିଯୋଗ କୋଠା , ରାମଦୟା ପରିଷଦ, ସିଂହଦ୍ବାର ଫାଣ୍ଡି, ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ରହିଥିବା ବେଳେ ଦକ୍ଷିଣ ଦ୍ବାରରେ ଶୌଚାଳୟ ଓ ଦୁଇଟି ମିଠା ଦୋକାନ ରହିଛି ।

ସେହିପରି ପଶ୍ଚିମଦ୍ବାର ପଟେ ବିଦ୍ୟୁତ ସବଷ୍ଟେସନ ରହିଛି । ଏହି ସବୁ ଭଙ୍ଗାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜିଲାପାଳ ତଥ୍ୟ ମାଗିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details