ଓଡିଶା

odisha

କାଲି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

By

Published : Nov 7, 2022, 5:20 PM IST

ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ । ଏହାସହିତ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

କାଲି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
କାଲି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ପଡ଼ିଛି ଚନ୍ଦ୍ରଗ୍ରହଣ (Lunar eclipse on Kartika Purnima) । ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜରାଜେଶ୍ଵର (Raja rajeswar Form) ବା ସୁନାବେଶ ଅନୁଷ୍ଠିତ ହେବ । ସୋମବାର ରାତି ୧୨ଟାରୁ ଏହି ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।

କାଲି କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଆଜି ପଞ୍ଚୁକର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖି ଭାବବିହ୍ବଳ ହୋଇଛନ୍ତି ଅଗଣିତ ଭକ୍ତ । ଆସନ୍ତାକାଲି ଗ୍ରହଣ ଲାଗୁଥିବାରୁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୨ଟା ୧୦ରେ ଶ୍ରୀମନ୍ଦିର ଦ୍ଵାର ଫିଟିବା ପରେ ମଙ୍ଗଳଆଳତୀ, ମଇଲମ, ଅବକାଶ ଆଦି ନୀତି ହୋଇ ରାତ୍ର ୨ଟା ୩୦ ସୁଦ୍ଧା ସୁନାବେଶ ସରିବ । ଆସନ୍ତାକାଲି ବର୍ଷର ଶେଷ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହି ସ୍ଵତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ । ସୂର୍ଯ୍ୟୋଦୟ ଅର୍ଥାତ୍ ଭୋର ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବନୀତି ନିଷିଦ୍ଧ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ୫ଟା ୪୦ ସୁଦ୍ଧା ଭୋଗମଣ୍ଡପ ସରିବ ।

ଏହା ମଧ୍ୟ ପଢନ୍ତୁ:ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଚନ୍ଦ୍ର ଗ୍ରହଣର ତୃଟିପର୍ଣ୍ଣ ନୀତି ହେଲା ପରିବର୍ତ୍ତନ

ଦିନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ନୀତିକାନ୍ତି କରାଯିବ । ତେବେ ଗ୍ରହଣ ନୀତିକୁ ଦେଖି ଭକ୍ତ ସୁନାବେଶ ଦେଖିପାରିବେ ନାଁ ନାହିଁ ତାହା ନିଷ୍ପତ୍ତି ନିଆଯିବ । ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ସର୍ବମୋକ୍ଷ ପରେ ପୁନଃ ଦେବନୀତି ଆରମ୍ଭ ହେବ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ଆସନ୍ତାକାଲି ଗ୍ରହଣ ଲାଗୁଥିବାରୁ ଆଜି ରାତିରୁ ଆସନ୍ତା କାଲି ଭୋର ୫ଟା ୩୦ ପର୍ଯ୍ୟନ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀମାନେ ତୀର୍ଥରାଜ ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ବୁଡ ପକାଇବା ସହ ଡଙ୍ଗା ଭସାଇପାରିବେ । ବୁଡ଼ ଓ ଡଙ୍ଗା ଭସାଇବା ପରେ ବ୍ରାହ୍ମଣକୁ ଛଞ୍ଚା ଦେଇ ହବିଷ୍ୟାଳୀ କାର୍ତ୍ତିକ ବ୍ରତ ଉଦଯାପନ କରିବେ ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଆକ୍ରମଣ ଘଟଣା, ନିଲମ୍ବିତ ହେଲେ ହାବିଲଦାର

ଯେଉଁମାନେ ପାକ ତ୍ୟାଗ ପୂର୍ବରୁ ଛଞ୍ଚା ଦେଇପାରିବେ ନାହିଁ ସେମାନେ ଗ୍ରହଣ ସର୍ବମୋକ୍ଷ ପରେ କିମ୍ବା ବୁଧବାର ଦିନ ବ୍ରତ ଉଦଯାପନ କରିପାରିବେ । ସେହିପରି ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ସୁନାବେଶ ରଖି ଭକ୍ତଙ୍କ ଦର୍ଶନ ସୁଯୋଗ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । କାର୍ତ୍ତିକ ପୂର୍ଣ୍ଣମୀରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପାର୍କିଂ ରୁଟ ଚୂଡ଼ାନ୍ତ କରାଯାଇଛି । ଭୁବନେଶ୍ବର ଓ କୋଣାର୍କ ପଟୁ ଆସୁଥିବା ୪ ଚକିଆ ଯାନ ଜଗନ୍ନାଥବଲ୍ଲଭ ମଠ ଓ ଶରଧାବାଲିରେ ପାର୍କିଂ କରିବେ ।

ଏହା ମଧ୍ୟ ପଢନ୍ତୁ:ଆସୁଛନ୍ତି ରାଷ୍ଟ୍ରପତି, ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଦୁଇ ଚକିଆ ଯାନ ମରିଚିକୋଟ ଛକରୁ ହସ୍ପିଟାଲ ଛକ ଦେଇ ବଡ଼ଦାଣ୍ଡରେ ପାର୍କିଂ କରିପାରିବେ । କୋଣାର୍କରୁ ଆସୁଥିବା ଗାଡି ବ୍ଲୁ ଫ୍ଲାଗ ବିଚ୍ ଓ ବ୍ରହ୍ମଗିରି ପଟୁ ଆସୁଥିବା ଗାଡି ଯାତ୍ରୀକାରେ ପାର୍କିଂ କରିପାରିବେ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୨ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଦେଖିପାରୁଛନ୍ତି କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଯଦି ଦେଖିବେ କେଉଁ ସମୟରୁ କେଉଁ ସମୟ ପର୍ଯ୍ୟନ୍ତ ଦେଖିବେ ତାହା ଆସନ୍ତାକାଲି ସ୍ପଷ୍ଟ ଜଣାପଡ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details