ପୁରୀ: ନବଦିନାତ୍ମକ ଯାତ୍ରା ପରେ ବିଶ୍ବନିୟନ୍ତା ନୀଳକନ୍ଦରକୁ ଫେରିଛନ୍ତି । ବହୁ ଦିନର ଅପେକ୍ଷା ପରେ ରତ୍ନ ସିଂହାସନରେ ଭକ୍ତଙ୍କୁ ଆଜି ଦର୍ଶନ ଦେଉଛନ୍ତି ପ୍ରଭୁ। ଘୋଷଯାତ୍ରା ପରେ ଶ୍ରୀକ୍ଷେତ୍ରରେ ମିଳିବ ନୀଳାଚଳ ଅବଢା । ସେନେଇ ଶ୍ରୀମନ୍ଦିରକୁ ଛୁଟିଛନ୍ତି ଶ୍ରଦ୍ଧାଳୁ । ସେପଟେ ଆଜି ଗ୍ରହଣ ଲାଗୁଥିବାରୁ ନୀତିକାନ୍ତିକୁ ସଅଳ କରାଯାଉଛି ।
ଦଶନ୍ଧିର ବଡ଼ ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ସକାଳ 6ଟାରେ ଦ୍ବାରା ଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି । 10ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହୋଇଛି । 10ଟା 30ରୁ 11ଟା 30 ମଧ୍ୟରେ ସକାଳ ଧୂପ କରାଯିବ । ଏହା ପରେ ଦିନ 12ଟାରୁ 1ଟା ମଧ୍ୟରେ ହେବ ମଇଲମ ଓ ବେଶ ।