ଓଡିଶା

odisha

ETV Bharat / state

ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ

ଶ୍ରୀକ୍ଷେତ୍ରରେ ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଯାଇଛି । ବର୍ଷ ତମାମ ଫୁଲ ବେଲପତ୍ରରେ ଢାଙ୍କି ହୋଇ ରହୁଥିବା ବାବା ଲୋକନାଥଙ୍କୁ ଏକ ବର୍ଷ ପରେ ଶ୍ରଦ୍ଧାଳୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ।

By

Published : Mar 2, 2019, 9:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀ ଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାବା ଲୋକନାଥଙ୍କ ଗମ୍ଭୀରାରୁ ବର୍ଷ ତମାମ ସଞ୍ଚିତ ହୋଇ ରହିଥିବା ବେଲପତ୍ର , ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ କଢ଼ାଯାଇଥାଏ । ଲୋକନାଥ ଦେବ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକ୍କାୟିତ ଥିବାବେଳେ ଏହିଦିନ ବିଶେଷ ଦର୍ଶନ ଦେଇଥାନ୍ତି । ତେଣୁ ବାବା ଲୋକନାଥଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବର୍ଷ ତମାମ ଫୁଲ ବେଲପତ୍ରରେ ଢାଙ୍କି ହୋଇ ରହୁଥିବା ବାବା ଲୋକନାଥଙ୍କୁ ଏକ ବର୍ଷ ପରେ ଶ୍ରଦ୍ଧାଳୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ପ୍ରଖ୍ୟାତ ଦେବ ଭାବେ ପରିଚିତ ଦେବ ଦେବ ଶ୍ରୀ ଲୋକନାଥ ବାବାଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀ ରହିଛି । କଥିତ ଅଛି ଯେ ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଏହି ଦିନ ଲୋକନାଥଙ୍କୁ ଦର୍ଶନ କରି ପୂଜାକଲେ ସମାନ ଫଳ ପ୍ରାପ୍ତ ହୋଇଥାଏ ।

ସେପଟୋ ଜିଲ୍ଲାପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୀତିକୁ ଶୃଙ୍ଖଳିତ କରାଯାଇ ପ୍ରତ୍ୟୁଷରୁ ସମସ୍ତ କାର୍ଯ୍ୟ ସମାପ୍ତ କରାଯାଇଥିଲା । ସକାଳ ପ୍ରାୟ 9ଟାରୁ ପଙ୍କୋଦ୍ଧାର ନୀତି ଆରମ୍ଭ ହୋଇଥିଲା । ଏହି ନୀତିରେ ଶତାଧିକ ପୂଜକ, ଭକ୍ତ ଓ ସେବକ ଯୋଗ ଦେଇଥିଲେ । ଶନିବାର ପ୍ରଭୁ ଲୋକନାଥଙ୍କ ବିଶେଷ ଦର୍ଶନ ଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହାସହ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାତି 10ଟା ପର୍ଯ୍ୟନ୍ତ ଦର୍ଶନ ଖୋଲା ରହିବ ବୋଲି ଜଣାପଡିଛି । ତେବେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଦିନକ ପରେ ଜାଗର ଯାତ୍ରା ଥିବାରୁ ବାବା ଲୋକନାଥଙ୍କ ପୀଠରେ ଧୀରେ ଧୀରେ ଲୋକଙ୍କ ଭିଡ ମଧ୍ୟ ଜମୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details