ଓଡିଶା

odisha

ETV Bharat / state

ବ୍ରହ୍ମଗିରିରେ ନିଆରା ମେଳଣ, ଦୋଳ ବିମାନରେ ଭାଗବତ ପୋଥି - ବ୍ରହ୍ମଗିରି ଖବର

ପୁରୀ ଜିଲ୍ଲା ବ୍ରହ୍ମଗିରି ବଡବେଣାକୁଦ ପଞ୍ଚାୟତର ବଡଦିଆଣ୍ଡି ଗ୍ରାମରେ ଆରମ୍ଭ ହୋଇଯାଇଛି ନିଆରା ପରମ୍ପରା ଭଗବତ ମେଳଣ । ଅଧିକ ପଢନ୍ତୁ

ନିଆରା ପରମ୍ପରା ଭଗବତ ମେଲଣ
ନିଆରା ପରମ୍ପରା ଭଗବତ ମେଲଣ

By

Published : Apr 12, 2022, 9:06 PM IST

ବ୍ରହ୍ମଗିରି:ପୁରୀ ଜିଲ୍ଲା ବ୍ରହ୍ମଗିରି ବଡବେଣାକୁଦ ପଞ୍ଚାୟତର ବଡଦିଆଣ୍ଡି ଗ୍ରାମରେ ଆରମ୍ଭ ହୋଇଯାଇଛି ନିଆରା ପରମ୍ପରା ଭାଗବତ ମେଲଣ । ସାରା ଓଡ଼ିଶାରେ ହରି ଏବଂ ହରଙ୍କୁ ନେଇ ମେଳଣ ହେଉଥିବା ବେଳେ ବଡଦିଆଣ୍ଡିରେ 200 ବର୍ଷରୁ ଉର୍ଦ୍ଦ୍ବ ସମୟ ଧରି ଭଗବତ ମେଳଣ ଅନୁଷ୍ଠିତ ହୋଉ ଆସୁଛି। ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ଵାରା ରଚୟିତ ଓଡ଼ିଆ ଭାଗବତକୁ ସମ୍ମାନ ଜଣାଇ ବ୍ରହ୍ମଗିରି ଅଞ୍ଚଳର ଗ୍ରାମ ଗୁଡିକରେ ଥିବା ଭାଗବତ ଟୁଙ୍ଗିକୁ ନିମନ୍ତ୍ରିତ କରାଯାଇଥାଏ । ଦୋଳ ବିମାନରେ ଭାଗବତ ପୋଥି ଓ ଜଗନ୍ନାଥଙ୍କୁ ଉପବେଶନ ହୋଇ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥାନ୍ତି । ନାଗା ମେଢ଼ ଆଦି ନାନା ପଟୁଆରରେ ଦୋଳ ଗୁଡିକୁ ଗ୍ରାମ ପରିକ୍ରମା କରାଯାଇଥାଏ ।

ପୁରୀରେ ନିଆରା ମେଳଣ, ଦୋଳ ବିମାନରେ ଭାଗବତ ପୋଥି

ଭଜନ ସମାରୋହ ଓ ଯାତ୍ରାର ଆୟୋଜନ ମେଳଣ କମିଟି କରିଥାନ୍ତି । ଓଡ଼ିଆ ଜାତିର ପାରମ୍ପରିକ କିର୍ତ୍ତୀରାଜିକୁ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଅଣଦେଖା କରିଆସୁଛନ୍ତି । ଏଥିପାଇଁ ସରକାରଙ୍କ କିଛି ଅନୁଦାନ ମିଳିଲେ, ଭାଗବତ ମେଳଣ ଆହୁରି ସରସ ସୁନ୍ଦର ହୋଇପାରନ୍ତା ବୋଲି କହିଛନ୍ତି ସଭାପତି ଅକ୍ଷୟ କୁମାର ରାଉଳ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details