ଓଡିଶା

odisha

ETV Bharat / state

ବିବାଦ ଘେରରେ ସମ୍ବିତ: ଜିଲ୍ଲାପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ - notice

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ବିବାଦ ଘେରରେ ସମ୍ବିତ । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି ହେଲା କାରଣ ଦର୍ଶାଅ ନୋଟିସ । ପୂର୍ବରୁ ମଧ୍ୟ ନିର୍ବାଚନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 27, 2019, 5:49 AM IST

ପୁରୀ: ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ନେଇ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସୂଚନାନୁଯାୟୀ, ସମ୍ବିତ ପ୍ରଶାସନର ବିନା ଅନୁମତିରେ ସୋମବାର ପୁରୀରେ ଏକ ବିଶାଳ ରାଲି କରିଥିଲେ। ଯେଉଁକାରଣରୁ ତାଙ୍କୁ ପୁରୀ ଜିଲ୍ଲାପାଳ ସୋ କଜ ନୋଟିସ ପଠାଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ଉତ୍ତରା ଛକରୁ ସୋମବାର ଏକ ରୋଡ଼ ସୋ ମାଧ୍ୟମରେ ପୁରୀ ଶ୍ରୀମନ୍ଦିରକୁ ଆସିଥିଲେ। ମାତ୍ର ଏହି ରାଲି ପାଇଁ ପ୍ରଶାସନ ନିକଟରୁ ସେ କୌଣସି ଅନୁମତି ଆଣିନଥିବା ଜଣାପଡିଛି । କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ସମ୍ବିତ ନିର୍ବାଚନ ରାଲିରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ । ତେବେ ରାଲିରେ ଜଗନ୍ନାଥଙ୍କ ଫଟୋ ବ୍ୟବହାର ଘଟଣାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details