ଓଡିଶା

odisha

ETV Bharat / state

ସାପଙ୍କ ମିଳନ ଋତୁରେ ବାଧକ ସାଜିଛି ଜାଲ - snake fell into the net

ମିଳନ ଋତୁ ସମୟରେ ସାପମାନେ ଏଣେତେଣେ ବୁଲୁଥିବାବେଳେ ବାଧକ ସାଜିଛି ଜାଲ । ଯେଉଁଥିପାଇଁ ଜାଲରେ ପଡି ଅନେକ ସାପ ଜୀବନ ଯାଉଛି । ଅଧିକ ପଢନ୍ତୁ...

ଜାଲରେ ପଡିଲା ନାଗସାପ
ଜାଲରେ ପଡିଲା ନାଗସାପ

By

Published : Mar 28, 2021, 2:10 PM IST

ବ୍ରହ୍ମଗିରି: ସାପଙ୍କ ପାଇଁ ଚାଲିଛି ମିଳନ ଋତୁ। ଏହି ସମୟରେ ସାପମାନେ ଏଣେତେଣେ ବୁଲିଥାନ୍ତି। କିନ୍ତୁ ଏଭଳି ସମୟରେ ସେମାନଙ୍କ ପାଇଁ ବାଧକ ସାଜିଛି ଜାଲ। ଯେଉଁଥିପାଇଁ ଜାଲରେ ପଡି ଅନେକ ସାପ ଜୀବନ ଯାଉଥିବା କହିଛନ୍ତି ବ୍ରହ୍ମଗିରିର ସାପ ଉଦ୍ଧାରକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ଜାଲରେ ପଡିଲା ନାଗସାପ

ବର୍ତ୍ତମାନ ଲୋକମାନେ ଏବେ ବାଡ଼ରେ ଜାଲ ଘେରାଉଛନ୍ତି। ଯେଉଁଥିରେ ସାପମାନେ ଲାଗିବା ଦ୍ଵାରା ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।

ସୂଚନା ମୁତାବକ, ବନ୍ଧକେରା ଗ୍ରାମକୁ ହେମନ୍ତ ଲେଙ୍କା ନାମକ ବ୍ୟକ୍ତି ତାଙ୍କ ବାଡିରେ ଏକ ଜାଲରେ ସାପ ପଡିଥିବା ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଶ୍ରୀ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ଯାଇଥିବାବେଳେ ବାଡ଼ରେ ଥିବା ଜାଲରେ ଗୋଟିଏ ସାପ ଅନ୍ୟ ସାପକୁ ଗିଳୁଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସେମାନେ ଜାଲରେ ଫସିଥିବା ଉଭୟ ସାପକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛଡ଼ା ଯାଇଛି।

ବ୍ରହ୍ମଗିରିରୁ ଦେବାଶିସ ଦାସ, ଇଟିଭି ଭାରତ

ABOUT THE AUTHOR

...view details