ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ସେବାୟତ ହ୍ରାସ ପ୍ରସଙ୍ଗ, ସ୍ପଷ୍ଟୋକ୍ତି ରଖିଲେ ମୁଖ୍ୟ ପ୍ରଶାସକ - ସେବାୟତ

ଛତିଶା ନିଯୋଗର ବିନା ସହମତିରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ସେବାୟତ ହ୍ରାସ ପାଇଁ ସତ୍ୟପାଠ । ଏନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଯେଉଁଥିରେ ସେବାୟତଙ୍କର ଏଭଳି ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Apr 30, 2019, 9:34 PM IST

ପୁରୀ: ଛତିଶା ନିଯୋଗର ବିନା ସହମତିରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ସେବାୟତ ହ୍ରାସ ପାଇଁ ସତ୍ୟପାଠ । ଏନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଫଳସ୍ବରୂପ ମଙ୍ଗଳବାର ହେବାକୁ ଥିବା ଛତିଶା ନିଯୋଗ ବୈଠକକୁ ବର୍ଜନ କରିଛନ୍ତି ସେବାୟତ । ସେପଟେ ସେବାୟତଙ୍କ ଏଭଳି ଅଭିଯୋଗକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି କି ସୁପ୍ରିମକୋର୍ଟରେ ସେବାୟତ ହ୍ରାସ ନେଇ କୌଣସି ସତ୍ୟପାଠ ଦାଖଲ ହୋଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ରବିବାର ସୁପ୍ରିମକୋର୍ଟରେ ସେବାୟତ ସଂଖ୍ୟା ହ୍ରାସ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସତ୍ୟପାଠ ଦାଖଲ କରାଯାଇଥିଲା । ଯାହାକୁ ସେବାୟତ ମାହୋଲରେ ତୀବ୍ର ନିନ୍ଦା କରାଯିବା ସହ ସେବାୟତ ମାରଣ ନୀତିକୁ ନେଇ ବରିଷ୍ଠ ସେବାୟତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ପରିଚାଳନା କମିଟି କିମ୍ବା ଛତିଶା ନିଯୋଗ ସହ ବିନା ବିଚାର ବିମର୍ଷରେ କେଉଁ ଆଧାରରେ ଏଭଳି ସତ୍ୟପାଠ ଦାଖଲ କରାଯାଇଛି ସେନେଇ ଉଠିଛି ପ୍ରଶ୍ନ ।

ଅନ୍ୟପଟେ ଏହି ବିବାଦର ସ୍ପଷ୍ଟୀକରଣ ଦେବାକୁ ଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି କି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିରରେ ସେବକ ସଂଖ୍ୟା ସୀମିତ ନେଇ ତତ୍କାଳୀନ କମିଟି ବି.ଡି ଶର୍ମାଙ୍କ ରିପୋର୍ଟ ଦାଖଲ ହୋଇଛି । ଯେଉଁଥିରେ 36 ଜଣ ସେବାୟତ ନିୟୋଜିତ କଥା କୌଣସି ସ୍ଥାନରେ ଉଲ୍ଲେଖ ନାହିଁ । ତେବେ ଦୈନିକ ସେବାପୂଜା ପାଇଁ 90ରୁ ଉର୍ଦ୍ଧ୍ବ ସେବକ ଆବଶ୍ୟକ ଥିବା ବେଳେ ସୁପ୍ରିମକୋର୍ଟରେ ଏଭଳି କୌଣସି ସତ୍ୟପାଠ ଦାଖଲ ହୋଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ତେଣେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସ୍ପଷ୍ଟୋକ୍ତିକୁ ସେବାୟତ ସଂଘ ମାନିବାକୁ ନାରାଜ । ସେମାନଙ୍କ କହିବା ଅନୁଯାୟୀ ପରିଚାଳନା କମିଟିରେ କୌଣସି ନିଷ୍ପତ୍ତି ନ ନିଆଯାଇ କିଭଳି ବି.ଡି ଶର୍ମାଙ୍କ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଗଲା ତାହାର ଜବାବ ଦରକାର । ଏଥିସହ ଏହି କାର୍ଯ୍ୟ ଦ୍ବାରା ପ୍ରଶାସନ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ସିଧାସଳଖ ଅବମାନନା କରିଥିବା ଅଭିଯୋଗ ଆଣିଛି ଛତିଶା ନିଯୋଗ ।

ଆଗକୁ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟ ଓ ଘୋଷଯାତ୍ରା ଆସୁଥିବା ବେଳେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ସ୍ପଷ୍ଟ ଅନୁମେୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details