ପୁରୀ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଭାଇରାଲ ହେଉଛି ଭିଡ଼ିଓ । ଯେଉଁଠି ଜଣେ କ୍ଲର୍କ ନିଶା ଦ୍ରବ୍ୟ ସେବନ କରି ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଭିଡ଼ିଓଟି ଭାଇରାଲ ହେବା ପରେ ତାଙ୍କ ଅଶୋଭନୀୟ ଆଚରଣ ଯୋଗୁଁ ଉକ୍ତ କ୍ଲର୍କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ଜୁନିଅର କ୍ଲର୍କ ଭାବେ କର୍ତ୍ତବ୍ୟରତ ପ୍ରହଲ୍ଲାଦ ପ୍ରହରାଜ ସ୍ପଷ୍ଟ ଦିବାଲୋକରେ ମଦ୍ୟପାନ କରି ଅଫିସରେ ଅଶୋଭନୀୟ ଆଚରଣ କରିଛନ୍ତି । ସରକାରୀ କାର୍ଯ୍ୟାଳୟରେ ଡ୍ୟୁଟି ସମୟରେ ମଦ୍ୟପାନ କରି ଆସିବା ଏକ ବଡ଼ ଅପରାଧ ହୋଇଥିବା ବେଳେ ସମ୍ପୃକ୍ତ କ୍ଲର୍କ ଜଣଙ୍କ ସବୁ ନିୟମର ସୀମା ଉଲ୍ଲଘଂନ କରିଛନ୍ତି । ସେ ଅଫିସ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହ ନିଜ ସିଟରେ ବସି କାର୍ଯ୍ୟାଳୟକୁ ଯାଇଥିବା ବିଭିନ୍ନ ଵ୍ୟକ୍ତି ବିଶେଷଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ତାଙ୍କର ହାବଭାବ କଥାବାର୍ତ୍ତାରେ ତାଳମେଳ ନଥିବା ବେଳେ ସେ ନିଜକୁ ବଡ଼ ଅଧିକାରୀ ରୂପେ ପରିଗଣିତ କରିଥିବା ଦେଖିବାକୁ ମିଳିଛି । ଏପରିକି ଭିଡିଓ ଉଠାଉଥିବା ଵ୍ୟକ୍ତିଙ୍କୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ।