ଓଡିଶା

odisha

ETV Bharat / state

ଘରୋଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପସ୍ଥାପକଙ୍କୁ ମୁକ୍ତିମଣ୍ଡପର ବିରୋଧ

ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରବଚନ ଦେଉଥିବା ପ୍ରବଚକଙ୍କୁ ବିରୋଧ କରି ସିଂହ ଦ୍ବାର ସମ୍ମୁଖରେ ନାରାବାଜି ଦେଇଛନ୍ତି ମୁକ୍ତି ମଣ୍ଡପ କର୍ମକର୍ତ୍ତା।

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ

By

Published : Jun 1, 2019, 6:15 PM IST

ପୁରୀ: ଏକ ଘରୋଇ ଟିଭି ଚ୍ୟାନଲରେ ପ୍ରସାରିତ ଶାସ୍ତ୍ର ସମ୍ପର୍କିତ ପ୍ରବଚନ କାର୍ଯ୍ୟକ୍ରମକୁ ବିରୋଧ କରି ରାସ୍ତାରେ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ କର୍ମକର୍ତ୍ତା । ପ୍ରବଚକଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ତୀବ୍ର ନିନ୍ଦା ସହ ତାଙ୍କ ଗିରଫ ଦାବି ହୋଇଛି ।

ଏକ ଘରୋଇ ଚ୍ୟାନେଲ ରେ ପ୍ରବଚନ ଦେଉଥିବା ପ୍ରବଚକ ଜିତୁ ଦାସ ଙ୍କୁ ବିରୋଧ କରିଛନ୍ତି ମୁକ୍ତିମଣ୍ଡପ କର୍ମକର୍ତ୍ତା । ଶନିବାର ସମସ୍ତ କର୍ମକର୍ତ୍ତା ମିଶି ସିଂହ ଦ୍ବାର ସମ୍ମୁଖ ରେ ବିକ୍ଷୋଭ କରିଛନ୍ତି। ପ୍ରବଚକ ଜିତୁ ଦାସ ପ୍ରବଚନ ନାମରେ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଓ ବ୍ରାହ୍ମଣଙ୍କୁ ଅପମାନ କରିଥିବା ନେଇ ମୁକ୍ତି ମଣ୍ଡପ କର୍ମକର୍ତା ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ


ଏଣୁ ତୁରନ୍ତ ସେ କ୍ଷମା ମାଗିବା ସହ ଚ୍ୟାନେଲ କର୍ତ୍ତୃପକ୍ଷ ମଧ୍ୟ କ୍ଷମା ମାଗିବା ସହ ଜିତୁ ଦାସ ଙ୍କୁ ଉକ୍ତ ପ୍ରବଚନ କାର୍ଯ୍ୟକ୍ରମରୁ ବାହାର କରିବାକୁ ଦାବି ହୋଇଛି । ଏନେଇ ମଧ୍ୟ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପକ୍ଷରୁ ଥାନାରେ ଏତଲା ଦିଆହେବ ବୋଲି ସଙ୍ଗଠନ କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details