ଓଡିଶା

odisha

ETV Bharat / state

ବଢୁଛି ସଂକ୍ରମିତ ସେବାୟତଙ୍କ ସଂଖ୍ୟା, ଅନିଶ୍ଚିତତାରେ ମହାପ୍ରଭୁଙ୍କ ନୀତିକାନ୍ତି - Sevayats of Puri Srimandir Tests Coronavirus Positive

ସେବାୟତଙ୍କ ଭିତରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତି ବାଧା ପ୍ରାପ୍ତ ଆଶଙ୍କା ରହିଛି । ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ଏଭଳି ସ୍ଥିତି ଆସିଲେ ମହାପ୍ରଭୁଙ୍କ ସେବାପୂଜା ପାଇଁ ବିକଳ୍ପ ଵ୍ୟଵସ୍ଥା ମଧ୍ୟ ରହିଛି। ଅଧିକ ପଢନ୍ତୁ..

ବଢୁଛି ସଂକ୍ରମିତ ସେବାୟତଙ୍କ ସଂଖ୍ୟା, ଅନିଶ୍ଚିତତାରେ  ମହାପ୍ରଭୁଙ୍କ ନୀତିକାନ୍ତି
ବଢୁଛି ସଂକ୍ରମିତ ସେବାୟତଙ୍କ ସଂଖ୍ୟା, ଅନିଶ୍ଚିତତାରେ ମହାପ୍ରଭୁଙ୍କ ନୀତିକାନ୍ତି

By

Published : Sep 20, 2020, 1:07 PM IST

ପୁରୀ:ବଢି ଚାଲିଛି କୋଭିଡ ସଂକ୍ରମଣ। ଶ୍ରୀମନ୍ଦିରର ପାଖାପାଖି 4ଶହ ସେବାୟତ କୋରୋନା ସଂକ୍ରମିତ ହେଲେଣି । ଫଳରେ ମହାପ୍ରଭୁଙ୍କ ପ୍ରତିଦିନ ସେବାପୂଜା କରୁଥିବା ସେବାୟତଙ୍କ ସଂଖା କମିବାରେ ଲାଗିଛି। ଏଣୁ ଆଗାମୀ ଦିନରେ ଶ୍ରୀଜୀଉଙ୍କ ସେବାପୂଜା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି ।

ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ଏଭଳି ସ୍ଥିତି ଆସିଲେ ମହାପ୍ରଭୁଙ୍କ ସେବାପୂଜା ପାଇଁ ବିକଳ୍ପ ଵ୍ୟଵସ୍ଥା ମଧ୍ୟ ରହିଛି । ଏଣୁ ସେବାପୂଜାରେ କୌଣସି ଅସୁବିଧା ହେବ ନାହିଁ।

ବଢୁଛି ସଂକ୍ରମିତ ସେବାୟତଙ୍କ ସଂଖ୍ୟା, ଅନିଶ୍ଚିତତାରେ ମହାପ୍ରଭୁଙ୍କ ନୀତିକାନ୍ତି

ମହାମାରୀ କୋରୋନା ଯୋଗୁଁ ଦିନକୁ ଦିନ ଅଧିକରୁ ଅଧିକ ସେବାୟତ କୋଭିଡ ସଂକ୍ରମିତ ହେଉଛନ୍ତି । ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ 400ରୁ ଅଧିକ ସେବାୟତ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 5ରୁ 7 ଜଣଙ୍କ ର ଜୀବନ ମଧ୍ୟ ଗଲାଣି । ତେଣୁ ଏଭଳି ସ୍ଥିତିରେ ପାଳିଆ ସେବାୟତ ଓ ଦୈନନ୍ଦିନ ସେବା ପୂଜା କରିବାକୁ ଆସୁଥିବା ସେବାୟତ ସୁରକ୍ଷିତ ମଣୁନାହାନ୍ତି । ଯଦି ଏଭଳି ସ୍ଥିତି ଜାରି ରହେ ତେବେ ଆଗାମୀ ଦିନରେ ସେବାୟତଙ୍କ ସଂଖା ହ୍ରାସ ପାଇବ ବୋଲି ଆଶଙ୍କା ଅଛି । ଆଉ ସେବାୟତଙ୍କ ସଂଖ୍ୟା କମିଲେ ମହାପ୍ରଭୁଙ୍କ ସେବାପୂଜା ବ୍ୟଘାତ ହେବା ସମ୍ଭାବନା ଉପୁଜିବ।

ସୂଚନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସେବାପୂଜା ପାଇଁ 13 ଜଣ ଲେଖାଏଁ ମୋଟ 39 ଜଣ ପୂଜାପଣ୍ଡା ସେବକ ପାଳି ଖଟିଥାନ୍ତି। ରୋଟେସନ ଭିତିରେ 39 ଜଣ ସେବାପୂଜା କରିଥାନ୍ତି। ହେଲେ ସେମାନଙ୍କ ଭିତରୁ 8 ଜଣରୁ ଅଧିକ ଏବେ କୋଭିଡ ସମେତ ବିଭିନ୍ନ ରୋଗରେ ଅସୁସ୍ଥ ।

ଶ୍ରୀମନ୍ଦିର ମହାପ୍ରଭୁଙ୍କ ନୀତିକାନ୍ତି ସହ ସିଧାସଳଖ ସମ୍ପର୍କ ରହିଛି ପୂଜାପଣ୍ଡା , ସିଂହାରି , ମେକାପ , ପୁଷ୍ପାଳକ ଓ ମହାଜନ ସେବାୟତଙ୍କ । ହେଲେ ଗୋଟିଏ ପରେ ଗୋଟିଏ ନିଯୋଗର ସେବାୟତ ମାନେ କୋଭିଡ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢିବାରେ ଲାଗିଛି । ଇତି ମଧ୍ୟରେ ଅନେକ ସଂକ୍ରମିତ ପୁରୀରେ ଥିବା କୋଭିଡ କେୟାର ସେଣ୍ଟର ,ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି। ତାହା ସହ ଯେଉଁମାନେ ହୋମ ଆଇସୋଲେସନରେ ଅଛନ୍ତି ସେମାନେ ବି ସଠିକ ଭାବେ ନିୟମ ପାଳନ କରିପାରୁ ନାହାଁନ୍ତି। କାରଣ ଅନେକ ସେବାୟତଙ୍କ ଘର ବହୁତ ଛୋଟ ଓ କୋଠରୀ ସଂଖା କମ। ତେଣୁ ଜଣଙ୍କୁ ସଂକ୍ରମଣ ହେଲେ ସହଜରେ ଅନ୍ୟ ମାନଙ୍କୁ ବ୍ୟାପୁଛି।

ସେହିପରି ଗତ 15 ଦିନ ଧରି ଚାଲିଥିବା ଅପରପକ୍ଷରେ ଶ୍ରାଦ୍ଧ ତର୍ପଣ ଲାଗି ବିଭିନ୍ନ ପୁଷ୍କରିଣୀରେ ଏକାଠି ହେବା ଯୋଗୁଁ ମଧ୍ୟ ଅନେକ ସେବାୟତ ଗୋଷ୍ଠୀ ସଂକ୍ରମଣର ଶୀକାର ହୋଇଥିବା ଅନୁମାନ କରିଛନ୍ତି ବରିଷ୍ଠ ସେବାୟତ। ତେବେ ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି କହିଛି ସେଭଳି ଗୁରୁତର ସ୍ଥିତି ଏ ପର୍ଯ୍ୟନ୍ତ ଉପୁଜି ନାହିଁ। ଯଦି ସେବାୟତ ସଂଖ୍ୟା କମ ହୁଏ, ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ରେ ମଧ୍ୟ ଉଲ୍ଲେଖ ରହିଛି, ଜଣେ ସେବାୟତଙ୍କ କୌଣସି କାରଣରୁ ଅନୁପସ୍ଥିତ ରହିଲେ ଆଉ କେଉଁ ସେବାୟତ ବିକଳ୍ପ ଭାବେ ମହାପ୍ରଭୁଙ୍କ ସେବାପୂଜା କରିବେ। ଏଣୁ ମହାପ୍ରଭୁଙ୍କ ସେବାପୂଜା ବାଧା ପ୍ରାପ୍ତ ହେବ ନାହିଁ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details