ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ନିର୍ମାଣ ପାଇଁ ଗୁଜ ଅନୁକୂଳ ହେବା ପରେ ରଥ ନିର୍ମାଣ ପ୍ରସ୍ତୁତି ଜୋର ଧରିଛି । ରୂପକାର ସେବକ ରଥ ନିର୍ମାଣ ପାଇଁ ବିଭିନ୍ନ ଖୋଦେଇ ଆରମ୍ଭ କରିଛନ୍ତି।
ଫନି ପରେ କିପରି ଚାଲିଛି ରଥ ନିର୍ମାଣ କାମ, ଦେଖନ୍ତୁ ଭିଡିଓ
ଆସନ୍ତା ଜୁଲାଇ 4 ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ସେଥିପାଇଁ ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବାତ୍ୟା ଫନିକୁ ଭୁଲି ମହାରଣା ମାନେ ଲାଗି ପଡିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ମହାରଣା ସେବକ ଓ ଭୋଇ ସେବକଙ୍କ ସହଯୋଗରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ବାତ୍ୟା ଫନିକୁ ଭୁଲି ମହାପ୍ରଭୁଙ୍କ ସେବାରେ ଲାଗି ପଡିଛନ୍ତି ମହାରଣା। ଶ୍ରୀକ୍ଷେତ୍ରରେ କିଭଳି ଚାଲିଛିର ରଥ ନିର୍ମାଣ କାମ। ଏନେଇ ପ୍ରଭୁ ଜଗନ୍ନାଥଙ୍କ ରଥର ମୁଖ୍ୟ ମହାରଣାଙ୍କ ବିସ୍ତୁତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ