ଓଡିଶା

odisha

ETV Bharat / state

ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥ ମନ୍ଦିର ପରିସରରେ 144 ଧାରା - Alarnath Temple administration

ଶ୍ରୀଜଗନ୍ନାଥ ପରମ୍ପରା ସହ ପ୍ରତ୍ୟକ୍ଷ ଭାବେ ଜଡିତ ଅଲାରନାଥଙ୍କ ଅଣସର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ । ସ୍ନାନ ଯାତ୍ରା ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଲାଗିବ 144 ଧାରା । ଅଧିକ ପଢନ୍ତୁ ...

ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ଲାଗିବ 144 ଧାରା
ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ଲାଗିବ 144 ଧାରା

By

Published : Jun 22, 2021, 8:36 PM IST

ବ୍ରହ୍ମଗିରି: ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଶ୍ରୀମନ୍ଦିର ନୀତିକାନ୍ତି ସହ ପ୍ରତ୍ୟକ୍ଷ ଭାବେ ଜଡିତ ଅଲାରନାଥ ମନ୍ଦିର ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଣସର ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ପ୍ରୋଟକଲ ମୁତାବକ ସ୍ନାନ ପୂର୍ଣ୍ଣିମା ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ମନ୍ଦିର ପରିସରରେ 144 ଧାରା ଜାରି କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରର ପରିସରରେ 144 ଧାରା

ପ୍ରଭୁ ଅଲାରନାଥଙ୍କ ନୀତିକାନ୍ତି ପାଇଁ କେବଳ ସୀମିତ ସଂଖ୍ୟକ ପାଳିଆ ସେବାୟତ ମନ୍ଦିରକୁ ପ୍ରବେଶ କରିପାରିବେ। ମନ୍ଦିର ଚାରିପାଖରେ ବ୍ୟାରିକେଟ ସହ ପୋଲିସ ପ୍ରହରା ଦେବା ପାଇଁ ବୈଠକରେ ସ୍ଥିର କରାଯାଇଛି। ବୈଠକରେ ଉପସ୍ଥିତ ଥିବା ଉପଜିଲ୍ଲାପାଳଙ୍କ ନିକଟରେ ସେବାୟତଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି କରାଯାଇଛି। ସେହିପରି ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରେ ଭିଡ ନକରିବାକୁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ , ଇଟିଭି ଭାରତ

ABOUT THE AUTHOR

...view details