ଓଡିଶା

odisha

ETV Bharat / state

ସରକାରଙ୍କଠୁ ମିଳିଲାନିି ନିର୍ଦ୍ଦେଶନାମା, ରଥଖଳାରୁ ଫେରିଗଲେ ବିଶ୍ବକର୍ମା

ରଥ ନିର୍ମାଣ ଦାବି କଲେ ସେବାୟତ । ରାଜ୍ୟ ସରକାରଙ୍କ ଠାରୁ ରଥ ନିର୍ମାଣ ନେଇ କୌଣସି ନିର୍ଦ୍ଦେଶନାମା ନ ଆସିବାରୁ ରଥଖଳାରୁ ଫେରିଗଲେ ବିଶ୍ବକର୍ମା ମହାରଣା । ଅଧିକ ପଢନ୍ତୁ....

By

Published : May 5, 2020, 8:35 PM IST

sebayata demanding starting the rath work
ରଥ ନିର୍ମାଣ ଦାବି କଲେ ସେବାୟତ

ପୁରୀ: ରଥ ନିର୍ମାଣ ଦାବି କଲେ ସେବାୟତ । ମଙ୍ଗଳବାର ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ଏହା ପରେ ସବୁ କିଛି ସ୍ପଷ୍ଟ ହୋଇ ଯାଇଥିଲା ରଥ ନିର୍ମାଣ ନେଇ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ଥିବା ବେଳେ କିନ୍ତୁ ରାଜ୍ୟ ସରକାରଙ୍କ ଠାରୁ ରଥ ନିର୍ମାଣ ନେଇ କୌଣସି ନିର୍ଦ୍ଦେଶ ଆସି ନ ଥିଲା । ଫଳରେ ରଥ ନିର୍ମାଣ ପାଇଁ ରଥ ଖଳାକୁ ଆସିଥିବା ବିଶ୍ବକର୍ମା ମହାରଣାମାନେ ଅପେକ୍ଷା କରି କରି ଘରକୁ ଫେରିଥିଲେ ।

ରଥ ନିର୍ମାଣ ଦାବି କଲେ ସେବାୟତ

ତେବେ ସରକାର କାହିଁକି ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶକୁ ଗ୍ରହଣ କରିବାରେ କୁଣ୍ଠାବୋଧ କରୁଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ତୁରନ୍ତ ସରକାର ରଥ ନିର୍ମାଣ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ରଥଯାତ୍ରା ଓ ରଥ ନିର୍ମାଣ ନେଇ ସରକାରଙ୍କ ଉଦାସୀନତା ଠିକ ନୁହେଁ ବୋଲି ସେ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details